ଋଷିଆ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନର ଭଗ୍ନାବଶେଷ ଋଷିଆର ଆମୁର ଅଞ୍ଚଳରେ ଠାବ ହୋଇଛି । ଏପର୍ଯ୍ୟନ୍ତ ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ପୂରା ବିମାନ ମଧ୍ୟ ମିଳିପାରିନାହିଁ । ୫୦ ଯାତ୍ରୀ ନିଖୋଜ ଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
ଯାତ୍ରୀବାହୀ ବିମାନ ଆନ ଆନ -୨୪ ସହ ଋଷିଆ ଏୟାର ଟ୍ରାଫିକର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଋଷର ଜରୁରୀକାଳୀନ ମନ୍ତ୍ରାଳୟ କହିଛି ଯେ ସାଇବେରିଆ ଆଧାରିତ ଏୟାରଲାଇନ୍ ଆଙ୍ଗାରା ଦ୍ୱାରା ପରିଚାଳିତ ଏକ ବିମାନ ତା’ର ଗନ୍ତବ୍ୟସ୍ଥଳ ଟାଇଣ୍ଡା ଆଡ଼କୁ ଯାଉଥିବା ବେଳେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା । ଟାଇଣ୍ଡା ହେଉଛି ଚୀନ୍ ସୀମାବର୍ତ୍ତୀ ଅମୁର ଅଞ୍ଚଳର ଏକ ସହର ।

