୧୩ ଜଣ ଆଇଏଏସ୍‌ ଅଧିକାରୀଙ୍କର ବଦଳି ,ସମବାୟ ବିଭାଗରେ ଅବସ୍ଥାପିତ ହେଲେ ରାଜେଶ ପ୍ରଭାକର ପାଟିଲ

ରାଜ୍ୟ ସରକାର ଆଜି ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ବିଜ୍ଞପ୍ତି ଅନୁସାରେ ୧୩ ଜଣ ଆଇଏଏସ୍‌ ଅଧିକାରୀଙ୍କର ବଦଳି ହୋଇଛି। ରାଜ୍ୟ ସରକାର ପ୍ରେକ୍ଷା ଅଗ୍ରୱାଲଙ୍କୁ, ଧର୍ମଗଡ଼, ପ୍ରଣିତା ଦାଶଙ୍କୁ ବାଲିଗୁଡ଼ା, କସ୍ତୁରୀ ପଣ୍ଡାଙ୍କୁ କରଞ୍ଜିଆ, ଅଭିଷେକ ଦିଲୀପ ଦୁଡହାଲ୍‌ଙ୍କୁ ଗୁଣୁପୁର, ଅସ୍ନୀ ଏଏଲ୍‌ଙ୍କୁ ନବରଙ୍ଗପୁର, ସି. ସରବଣାଙ୍କୁ କୁଚିଣ୍ଡା, ତେଜସ୍ବିନୀ ବେହେରାଙ୍କୁ ସୁନ୍ଦରଗଡ଼, ଶିବ ମାଲବ୍ୟଙ୍କୁ ଆନନ୍ଦପୁର, ଅବିନାଶ କୁମାରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଦିନକ ପୂର୍ବରୁ ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଥିଲେ। ସରକାର ଗତ ମଙ୍ଗଳବାର ଦିନ ୪୯ ଜଣ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରିଥିଲେ। ପୁରୀ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ଭୁବନେଶ୍ବର ମହାନଗର ନଗମ (ବିଏମ୍‌ସି)ରେ କମିସନର ପଦବିରେ ନିଯୁକ୍ତି ଦେଇଥିଲେ। ବରିଷ୍ଠ ଆଇଏଏସ୍‌ ଅଧିକାରୀ ରୁପା ରୋଶନ ସାହୁଙ୍କ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତି ମିଳି ଥିବା ବେଳେ ସଚିନ ରାମଚନ୍ଦ୍ର ଯାଦବଙ୍କ ହାତରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦାୟିତ୍ବ ଦିଆଯାଇଥିଲା।

ଭୁପେନ୍ଦ୍ର ସିଂ ପୁନିଆ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ନିଯୁକ୍ତ କରାଯାଇଥିବା ବ‌େଳେ ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ସଞ୍ଜୀବ କୁମାର ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ନିଯୁକ୍ତ ହୋଇଥିବା ବେଳେ ହେମନ୍ତ ଶର୍ମାଙ୍କୁ ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ବଦଳି ହୋଇଥିବା ବେଳେ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ ଦିଆଯାଇଛି। ବିଜୟ କୁମାର ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି।

Post Views1 Total Count

Apply Now


This will close in 0 seconds

error: Content is protected !!