ପୁରୀ ଏସପି ଭାବରେ ଦାୟିତ୍ଵ ପାଇବାପରେ ମହାପ୍ରଭୁଙ୍କ ଦର୍ଶନ କଲେ ଏସପି ପ୍ରତୀକ ସିଂହ

ପୁରୀ ଭଳି ସ୍ଥାନରେ ଉଭୟ ଦର୍ଶନାର୍ଥି ଓ ପର୍ଯ୍ୟଟକଙ୍କ ସୁରକ୍ଷା ସହ ଶ୍ରୀମନ୍ଦିର ଦର୍ଶନ ଶୃଙ୍ଖଳା ନୂଆ ଏସପିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ। ରଥଯାତ୍ରା ସମୟରେ ପୁରୀରେ ଅନେକ ଥର ଡ୍ୟୁଟି କରି ସାରିଛନ୍ତି,ତେଣୁ ରୋଡ ମ୍ୟାପ ପ୍ରସ୍ତୁତ କରିବାଟା ପ୍ରତୀକ ସିଂହଙ୍କ ଅନୁଭୁତି ସମ୍ପନ୍ନ ହୋଇପାରିବ। ପୁରୀ ଏସପି ଭାବରେ ଦାୟିତ୍ଵ ପାଇବାପରେ ମହାପ୍ରଭୁଙ୍କ ଦର୍ଶନର ସାନ୍ନିଧ୍ୟ ନେଲେ ଏସପି ପ୍ରତୀକ ସିଂହ। ଲକ୍ଷ୍ମୀ ମନ୍ଦିରରେ ଭକ୍ତଙ୍କୁ ପିଠା ବାଣ୍ଟିଲେ ନୂଆ ଏସପି। ମହାପ୍ରଭୁଙ୍କ ଦର୍ଶନ ପରେ ଦାୟିତ୍ଵ ତୁଲାଇବାକୁ ଯାଉଥିବାରୁ ଧନ୍ୟ ହୋଇଛି ବୋଲି କହିଛନ୍ତି ଏସପି ପ୍ରତୀକ ସିଂହ। ନୂଆ ଏସପି ଭାବରେ ଯୋଗଦେବା ପରେ ଶ୍ରୀମନ୍ଦିର ସୁରକ୍ଷା ସହ ଟୁରିଷ୍ଟ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଫୋକସ୍ ରହିଛି ବୋଲି ସେ କହିଛନ୍ତି।

ପୁରୀ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଇବାକୁ ସରକାର ଦାୟିତ୍ଵ ଦେଇଛନ୍ତି।ପୂର୍ବ ଅଭିଜ୍ଞତାକୁ ପାଥେୟ କରି ଭଲ କାମ କରିବାକୁ ଲକ୍ଷ ରହିଛି। ପୁରୀ ପୋଲିସ ଟିମ୍ ଠାରୁ ଜାଣିବାର ଶିଖିବାର ଅଛି କହିଛନ୍ତି ଏସପି। ଭକ୍ତଙ୍କ ଦର୍ଶନ ଶୃଙ୍ଖଳା ,ନୀତି କାନ୍ତି ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କୁ ନ୍ୟାୟ ଓ ସେବା ଦେବା ଲକ୍ଷ ରହିବ। ପୁରୀ ଭଳି ସ୍ଥାନରେ ଉଭୟ ଦର୍ଶନାର୍ଥି ଓ ପର୍ଯ୍ୟଟକଙ୍କ ସୁରକ୍ଷା ସହ ଶ୍ରୀମନ୍ଦିର ଦର୍ଶନ ଶୃଙ୍ଖଳା ନୂଆ ଏସପିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ। ରଥଯାତ୍ରା ସମୟରେ ପୁରୀରେ ଅନେକ ଥର ଡ୍ୟୁଟି କରି ସାରିଛନ୍ତି,ତେଣୁ ରୋଡ ମ୍ୟାପ ପ୍ରସ୍ତୁତ କରିବାଟା ପ୍ରତୀକ ସିଂହଙ୍କ ଅନୁଭୁତି ସମ୍ପନ୍ନ ହୋଇପାରିବ।

Post Views2 Total Count

Apply Now


This will close in 0 seconds

error: Content is protected !!