ଟେନସନରେ ମୋହନ, ବଢୁଛି ରାଜନୀତି

ରାଜ୍ୟରେ ୧୬ ନୂଆ ଏନଏସି ଆଉ ୭ ନୂଆ ମ୍ୟୁନିସିପାଲଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲେ ଏହି ଘୋଷଣା କିନ୍ତୁ ଏବେ ମୋହନ ସରକାରର ତଣ୍ଟିରେ କଣ୍ଟା ସାଜିବାକୁ ଯାଉଛି । ଯେଉଁ ଯେଉଁ ଏରିଆ ଏବେ ଏନଏସି ହେବାକୁ ସ୍ୱପ୍ନ ଦେଖୁଥିଲେ, ଆଉ ସରକାର ତାଙ୍କ ସ୍ୱପ୍ନକୁ ଭାଙ୍ଗିଛନ୍ତି । ଏବେ ସେହି ଅଞ୍ଚଳର ଲୋକ ମୋହନ ସରକାର ବିରୁଦ୍ଧରେ ବିଦ୍ରୋହ କରିବାକୁ ସଜବାଜ ହେଉଥିବା ସୂଚନା ମିଳୁଛି । ଖାସ୍ କରି ବିରୋଧୀ ବିଜେଡି ନେତା ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣି ସରକାରକୁ ଅସୁବିଧାରେ ପକାଇବାକୁ ଅଙ୍କ କଷୁଥିବା ଚର୍ଚ୍ଚା ହେଉଛି ।

ସ୍ୱାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କୁ ୧୬ ନୂଆ ଏନଏସି ସହିତ ୭ଟି ନୂଆ ମ୍ୟୁନିସିପାଲଟି ଭେଟି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲେ ତା ପରେ ବି ଏମିତି ଅନେକ ଅଞ୍ଚଳ ଅଛି, ଯାହାକି ଏନଏସି ଆଉ ମ୍ୟୁନିସିପାଲଟି ଲିଷ୍ଟରୁ ବାଦ୍ ପଡିଛି । କଟକ ଜିଲ୍ଲାର ତିନିଟି ଅଞ୍ଚଳକୁ ଏନଏସି ମାନ୍ୟତା ଦିଆଯାଇଥିଲେ ବି, କେନ୍ଦ୍ରାପଡ଼ାକୁ ଗୋଟିଏ ବି ନୂଆ ଏନଏସି ନ ମିଳିବା ଏବେ ଅସନ୍ତୋଷର କାରଣ ସାଜିଛି ।

କେନ୍ଦ୍ରାପଡ଼ାର ମାର୍ଶାଘାଇ ଆଉ ଆଳି ଏଥର ଏନଏସି ହେବା ଅପେକ୍ଷାରେ ଥିଲେ । ହେଲେ ମୋହନ ସରକାର ଏ ଦୁଇ ଅଞ୍ଚଳକୁ ଏନଏସି ଘୋଷଣା ନ କରିବା ପରେ, ଅସନ୍ତୋଷ କୁହୁଳିବାରେ ଲାଗିଛି ।

Post Views4 Total Count

Apply Now


This will close in 0 seconds

error: Content is protected !!