ବିଜେଡିରୁ ସସ୍‌ପେଣ୍ଡ୍ ହେଲେ ପ୍ରଫୁଲ ମଲ୍ଲିକ

ଦଳ ବିରୋଧୀ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା। ବିଜୁ ଜନତା ଦଳରୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକ ନିଲମ୍ବିତ। ଏନେଇ ବିଜେଡ଼ି ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଗତକାଲି ଦଳର ପରିଚାଳନା ଓ କାର୍ଯ୍ୟ ଧାରା ନେଇ ଅସନ୍ତୋଷ ଝାଡ଼ି ଥିଲେ ପ୍ରଫୁଲ୍ଲ ମଲ୍ଲିକ।

ବିଜେଡି କନ୍ଦଳ ଥମିବାର ନାଁ ଧରୁନି । ଅସନ୍ତୁଷ୍ଟ ନେତା ନିତିଦିନ ନିଆଁ ଉଗାଳୁଛନ୍ତି । ଦଳୀୟ ପରିଚାଳନା ନେଇ ବର୍ଷୁଛନ୍ତି । ଏମିତିକି ଦଳ ଛାଡ଼ିବା ଅଭିଯାନ ବି ଆରମ୍ଭ ହୋଇଗଲାଣି । ଗୁରୁବାର କଟକର ଜଣାଶୁଣା ଛାତ୍ର ନେତା ହରିଶଙ୍କର ରାଉତ ବିଜେଡିରୁ ଇସ୍ତଫା ଦେବା ସହ ନେତାଙ୍କ ନାଁ ନେଇ ବର୍ଷିଛନ୍ତି । ଏପଟେ ଭେଟେରାନ ପ୍ରଫୁଲ୍ଲ ମଲ୍ଲିକ ଦଳର ପରିଚାଳନା ଓ କାର୍ଯ୍ୟ ଧାରା ନେଇ ଅସନ୍ତୋଷ ଝାଡ଼ିଥିଲେ । ଦରକାର ପଡ଼ିଲେ ଦଳ ଛାଡ଼ିବେ ବୋଲି କହିଥିଲେ। ଏହା ପୂର୍ବ ଏନ୍‌ ଭାସ୍କର ରାଓ, ଲାଲବିହାରି ହମିରିକା ବିଜେଡ଼ିରୁ ଇସ୍ତଫା ଦେଇଥିଲେ।

ସେପଟେ ଗତକାଲି ଅସନ୍ତୋଷ ଝାଡ଼ି ପ୍ରଫୁଲ୍ଲ କହିଥିଲେ, ମୁଁ ଦଳରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି । ଆଗକୁ ଯଦି ଦଳ ଠିକ୍‌ ଭାବେ ନ ଚାଲେ, ତେବେ ଦଳଠାରୁ ଦୂରେଇ ଯିବି । ସେ ଆହୁରି କହିଥି, ବିଜେଡି ଠିକଣା ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ପୂର୍ବ ବିଚାରଧାରାରେ ଦଳ ନାହିଁ । ଦଳକୁ ସଂଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ । ପିଏସି ଓ ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟ ପ୍ରସ୍ତାବଗୁଡ଼ିକୁ ଏଯାଏ ଗ୍ରହଣ କରାଯାଇନି । ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ । ତେବେ ଗତକାଲିର ଏହି ମନ୍ତବ୍ୟ ପରେ ପ୍ରଫୁଲ୍ଲ ମଲ୍ଳିକଙ୍କୁ ଆଜି ବିଜେଡ଼ି ସସ୍‌ପେଣ୍ଡ କରିଛି।

Post Views5 Total Count

Apply Now


This will close in 0 seconds

error: Content is protected !!