୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ସରକାରୀ କର୍ମଚାରୀ

ଭିଜିଲାନ୍ସ ହାତରେ ପୁଣି ଜଣେ ସରକାରୀ କର୍ମଚାରୀ ଫସିଛନ୍ତି। ଜମି ଅଧିଗ୍ରହଣ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୭୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଡାଟା ଏଣ୍ଟ୍ରି ଅପରେଟର ପୃଥ୍ବୀରାଜ କାମିଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୁନ୍ଦରଗଡ଼ଜିଲ୍ଲା ବଣାଇରେ ଥିବା ରୁକୁଡ଼ା ଜଳସେଚନ ପ୍ରକଳ୍ପରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ପୃଥ୍ୱୀରାଜ କାମିଲା ଜଣେ ବ୍ୟକ୍ତିଙ୍କର ଜମି ଅଧିଗ୍ରହଣ ସଂପର୍କିତ ମାମଲାର ସମାଧାନ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଗ୍ରାହକ ଜଣକ ୭୦୦୦ ଟଙ୍କା ଦେବାକୁ ରାଜି ହୋଇଥିଲେ। ଏହି ଟଙ୍କା ଆଜି ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।

ତେବେ ଲାଞ୍ଚ ଟଙ୍କା ଦେବା ପୂର୍ବରୁ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ଅନୁସାରେ ଶ୍ରୀ କାମିଲାକୁ ଭିଜିଲାନ୍ସର ଅକ୍ତିଆର ଅଣାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଶ୍ରୀ କାମିଲା ଆଜି ୭୦୦୦ ଟଙ୍କା ଲାଞ୍ଚ ନେଉ ଥିବା ବେଳେ ରାଉରକେଲା ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉ ସମୟରେ କାମିଲାଙ୍କ ଠାରୁ ୭୦୦୦ ଟଙ୍କା ଜବତ କରାଯାଇଛି।

Post Views27 Total Count

Apply Now


This will close in 0 seconds

error: Content is protected !!