ଢେଙ୍କାନାଳ ଜିଲ୍ଲାରେ ପ୍ରତିଷ୍ଠା ହେବ ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ

 ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ସବୁଠୁ ବଡ଼ ପ୍ରକଳ୍ପ ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପ ଢେଙ୍କାନାଳ ଜିଲ୍ଲାରେ ହେବ। ଏଥି ପାଇଁ ୧ ଲକ୍ଷ କୋଟି ଟଙ୍କା ନିବେଶ‌ ହେବ। ବେଦାନ୍ତ ଆଲୁମିନିୟମର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଗୁରୁବାର ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବେଦାନ୍ତ ଆଲୁମିନିୟମ ୩୦ ଲକ୍ଷ ଟନ୍‌ର ଆଲୁମିନିୟମ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପରେ ୩୦ରୁ ୪୦ ହଜାର ଲୋକ କାମ ପାଇବେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏକ ମାସରେ ଜମି ମିଳିଲେ ୩ରୁ ୪ମାସ ଭିତରେ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଯିବ। ପ୍ରକଳ୍ପ କାମ ସରିବାକୁ ୩ରୁ ସାଢେ ୩ ବର୍ଷ ଲାଗିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ୧ ମାସରେ ଜମି ଦେବେ ଏବଂ ସମସ୍ତ କ୍ଲିୟରାନ୍ସ ମଧ୍ୟ ହୋଇଯିବ।

ବେଦାନ୍ତ ମୁଖ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, କଳାହାଣ୍ଡି ନିୟମଗିରି ଜଣାଶୁଣାଣି ଖୁବ ଶୀଘ୍ର କରିବେ। କଳାହାଣ୍ଡିରେ ଲୋକଙ୍କୁ ଖଣିରେ କାମ ମିଳୁ। ସେ କାମକୁ ମୁଖ୍ୟମନ୍ତ୍ରୀ ଆଗକୁ ବଢେଇବେ ବୋଲି କହିଛନ୍ତି। କଳାହାଣ୍ଡିରେ କୌଣସି ବିରୋଧୀ ନାହିଁ। କେବଳ ରାଜନୈତିକ ବିରୋଧ। ଓଡ଼ିଶାରେ ଏମିତି ହୁଏନି। ଓଡ଼ିଶାରେ ଆମର ଲୋକଙ୍କୁ କାମ ଦରକାର। ରୋଜଗାର ଦରକାର। କଳାହାଣ୍ଡି ଯାଇକି ଦେଖନ୍ତୁ କେମିତି ପ୍ରଗତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ ବେଳେ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବଙ୍କ ସହ ବେଦାନ୍ତର ଅଧିକାରୀମାନେ ଉପସ୍ଥିତ ଥିଲେ।

ବେଦାନ୍ତ ମୁଖ୍ୟ ଓଡ଼ିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଶା ପୁଣି ଦୋହରାଇଛନ୍ତି। ସେ କହିଛନ୍ତି, ସବୁ ରାଜ୍ୟ ମୋ ପଛରେ ପଡ଼ିଛନ୍ତି। କିନ୍ତୁ ମୋ ହୃଦୟରେ ଓଡ଼ିଶା ଅଛି। ଆନ୍ଧ୍ର ବିହାର ସବୁବେଳେ ଲାଗିଛନ୍ତି। ଆମ ଦେଶର ୭ ଲକ୍ଷ ଛାତ୍ରୀଛାତ୍ରୀ ବିଦେଶରେ ପଢୁଛନ୍ତି। ଜମି ଆମର ଅଛି।ଓଡ଼ିଶା ଲୋକଙ୍କ ସମର୍ଥନ ଦରକାର। ଦୁଇ ଲକ୍ଷ କୋଟିର ପ୍ରକଳ୍ପ। ସୁପ୍ରିମକୋର୍ଟ ରାୟକୁ ସମୀକ୍ଷା କରିବୁ। ଓଡ଼ିଶା ଲୋକ ସାଥିରେ ରହିଲେ ସାଙ୍ଗରେ ଆଗକୁ ଯିବା। ମୁଖ୍ୟମନ୍ତ୍ରୀ ବହୁତ ଭଲ ଲୋକ। କହିଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ତ ଓଡ଼ିଶାରେ ହିଁ ହେବ। ଆପଣଙ୍କୁ ଆଉ କେଉଁଠି ଯିବାର ଆବଶ୍ୟକତା ନାହିଁ। ପୁରୀରେ ହେବ କି କେଉଁଠି ହେବ ଆମେ ଓଡ଼ିଶା ଲୋକଙ୍କ ଜନମତ ସହ କରିବୁ।

Post Views42 Total Count

Apply Now


This will close in 0 seconds

error: Content is protected !!