ଉତ୍ତର ପ୍ରଦେଶର ଆଉରିଆ ଜିଲ୍ଲାରେ ଏକ ଅଜବ ଘଟଣା ସାମନାକୁ ଆସିଛି।ଏଠାରେ ଆଉରିଆ ଜିଲ୍ଲାର ଦିବିୟାପୁରର ଗୋରୀ କିଶନପୁର ଗାଁର ଜଣେ ୪୨ ବର୍ଷୀୟା ମହିଳା ଇକଲା ଦେବୀ ଗୁପଚୁପ ଖାଇବା ସମୟରେ ହଠାତ୍ ତାଙ୍କର ପାଟି ହାଡ଼ ଭାଙ୍ଗି ଯାଇଥିଲା। ଅର୍ଥାତ ତାଙ୍କ ପାଟି ଖୋଲା ରହିଗଲା, ଆଉ ବନ୍ଦ ହେଲାନି।
ମହିଳାଙ୍କୁ ତୁରନ୍ତ ସନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। କିନ୍ତୁ ଗୁରୁତର ହେବାରୁ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତାଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ। ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। କିନ୍ତୁ ଅସ୍ତ୍ରୋପଚାର ପରେ ପାଟି ବନ୍ଦ ହେବ ବୋଲି ଡାକ୍ତର କହିଛନ୍ତି। ଏହି ଘଟଣାଟି ନିକଟରେ ଥିବା ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।

