ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

                                  ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ଠାରୁ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହିି ମେଳା ଯେପରି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେଥି ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ କହିଥିଲେ ।

  ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ମେଳାର ସୁପରିଚାଳନା ନିମନ୍ତେ ଆରକ୍ଷୀ ବ୍ୟବସ୍ଥା ସହ  ପ୍ରମୂଖ ସ୍ଥାନ ଗୁଡ଼ିକରେ ସି.ସି. ଟିଭି ଲଗାଯିବ ବୋଲି ଆରକ୍ଷୀ ଅଧିକ୍ଷକ            ଶ୍ରୀ ଅଭିନବ ସୋନକର ପ୍ରକାଶ କରିଥିଲେ ।

 

ଅପେରା ଯାତ୍ରା ପାଟିରେ କୌଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଲେ ଏହାକୁ ବନ୍ଦ କରିଦିଆଯିବ ବୋଲି ସେ ପ୍ରକାଶ କରିଥିଲେ ।                      ଯୋରନ୍ଦା ଗ୍ରାମ  ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଆରତୀ ନାୟକ ସ୍ୱାଗତ ଭାଷଣ ଦେଇ ପ୍ରାରମ୍ଭିକ ସୂଚ଼ନା ପ୍ରଦାନ କରିଥିଲେ ।                ଏହି ମେଳାରେ ପ୍ରାୟ ୧୯ ଲକ୍ଷ ଟଙ୍କା ଆୟ ଅଟକଳ ହୋଇଥିଲା ବେଳେ ପ୍ରାୟ ୧୭ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ହେବ ବୋଲି ନିର୍ବାହୀ ଅଧିକାରୀ ସୂଚ଼ନା ପ୍ରଦାନ କରିଥିଲେ । ଏହି ବୈଠକରେ ମଠ,ଗାଦିମନ୍ଦିର ଓ ଯାତ୍ରା ପଡ଼ିଆରେ ଆଲୋକ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, କଣ୍ଟ୍ରୋଲ ରୁମ ପ୍ରତିଷ୍ଠା, ଗାଡ଼ି ପାର୍କିଂ ,ଶ୍ରଦ୍ଧାଳୁମାନଙ୍କ ସ୍ନାନାଦି ନିମନ୍ତେ ପୋଖରୀ ଓ ରେଙ୍ଗାଲୀ କେନାଲକୁ ସଫାସୁତୁରା କରିବା,ଗାଦି ମନ୍ଦିର ପ୍ରଦେଶ ଦ୍ୱାରରେ ବ୍ୟାରିକେଟିଂ , ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ସୂଚ଼ନା କେନ୍ଦ୍ର ସ୍ଥାପନ, ଶୌଚାଳୟର ମରାମତି ଆଦି ସଂପର୍କରେ ଆଲୋଚନା ହୋଇଥିଲା । ବୈଠକରେ ମଠର ସାଧୁ ସନ୍ଥ, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିିଧିମାନେ ଉପସ୍ଥିତ ରହି ମେଳା ଆୟୋଜନ ସଂପର୍କରେ ଆଲୋଚ଼ନା କରିଥିଲେ । ଶେଷରେ ସଦର ଉପ-ଜିଲ୍ଳାପାଳ ଶ୍ରୀ ବିବୁଧ ଗଡ଼ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post Views31 Total Count

Apply Now


This will close in 0 seconds

error: Content is protected !!