ଯାତ୍ରୀଙ୍କୁ ପିଟିଲେ ପାଇଲଟ,

ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ଜଣେ ଯାତ୍ରୀ ଉପରେ ଆକ୍ରମଣ କରିଛନ୍ତି । ଏୟାରଲାଇନ ଯାଞ୍ଚ ନିର୍ଦ୍ଦେଶ ହେବା ପରେ ଅଭିଯୁକ୍ତ ପାଇଲଟଙ୍କୁ ନିଲମ୍ବିତ କରାଯାଇଛି । ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ସତ ଜଣାପଡିଥିଲା ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଯାତ୍ରୀ ଜଣକ ନିଜ ଅନୁଭୂତି କହିଛନ୍ତି, ଏଥିରେ ଯାତ୍ରୀ ଜଣକ ଲହୁଲୁହାଣ ହୋଇଥିବା ବେଳେ ପାଲଇଟଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ମୁଁ ଏବଂ ମୋ ପରିବାର ସିକ୍ୟୁରିଟି ଚେକ୍ ପାଇଁ ଲାଇନରେ ଯିବାକୁ କୁହାଯାଇଥିଲା, ଯେଉଁ ଲାଇନରେ ଷ୍ଟାଫ ଯାଆନ୍ତି, କାରଣ ଆମ ସହିତ ୪ ମାସର ପିଲା ରହିଥିଲା ।

ଷ୍ଟାଫ ମୋ ଆଗରେ ଲାଇନ ବ୍ରେକ କରିଦେଇଥିଲେ, ମୁଁ କିଛି ପଚାରିବାରୁ ପାଇଲଟ ଜଣକ ବିରକ୍ତି ହୋଇ ମୋତେ କହିଥିଲେ, ମୁଁ ଅଶିକ୍ଷିତ, ଆପଣ କ’ଣ ଲେଖାଯାଇଛି ପଢିପାରୁନାହାନ୍ତି ବୋଲି ପଚାରିଥିଲେ । ଏହା ଷ୍ଟାଫ ଲାଇନ…।

ଏହାପରେ ଆମ ଭିତରେ କଥା କଟାକଟି ହୋଇଥିଲା ଆଉ ପାଇଲଟ ଜଣକ ମୋ ଉପରେ ଆକ୍ରମଣ କରିଥିଲେ । ମୋ ମୁହଁକୁ ମାରି ଫଟାଇଥିଲେ । ଫଳରେ ଆମ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା । ଏହି ଘଟଣାରେ ମୋ ୭ ବର୍ଷର ଝିଅ ବିଲକୁଲ ଭୟଭୀତ ହୋଇଯାଇଥିଲା ।

Post Views7 Total Count

Apply Now


This will close in 0 seconds

error: Content is protected !!