ଆଜିଠୁ ଭକ୍ତ ନିବାସର ନୂଆ ପାର୍କିଂ ଫି ଲାଗୁ

ଆଜିଠୁ ଭକ୍ତ ନିବାସର ନୂଆ ପାର୍କିଂ ଫି ଲାଗୁ । ୫୦୦ ଟଙ୍କା ବଦଳରେ ୨୪୦ ଟଙ୍କା କରାଯାଇଛି । ପୁରୀରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । କିଛିଦିନ ତଳେ ଭକ୍ତ ନିବାସରେ ଚାରି ଚକିଆ ଯାନ ପାଇଁ ପାର୍କିଂ ଫି ୫୦୦ ଟଙ୍କା କରାଯାଇଥିଲା ।

ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫି‘ରେ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ହେଲେ ଏହି ନିଷ୍ପତ୍ତିରୁ ଓହରି ନଥିଲା ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ପରିଚାଳନା ବୈଠକରେ ଆଲୋଚନା ହୋଇ ପାର୍କିଂ ଫି’ କମାଯାଇଛି ।

Post Views36 Total Count

Apply Now


This will close in 0 seconds

error: Content is protected !!