୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡଙ୍କୁ ଦିଆଯିବ ଟ୍ରେନିଂ

ସଂସଦରେ ଆଜି ବଜେଟ ୨୦୨୬-୨୭ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବର୍ଷ ବଜେଟ୍ ପର୍ଯ୍ୟଟନ ଉପରେ ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ଦିଆଯାଇଛି ଏବଂ ମୋଦି ସରକାର ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ ୬ଟି ଉତ୍ତର-ପୂର୍ବ ରାଜ୍ୟରେ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏକ କରିଡର ଘୋଷଣା କରିଥିଲେ । ବୌଦ୍ଧ ସର୍କିଟ କରିଡର ନାମରେ ନାମିତ ଏହି କରିଡରଟି ଅରୁଣାଚଳ ପ୍ରଦେଶ, ସିକିମ, ଆସାମ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ନିର୍ମାଣ କରାଯିବ । କରିଡର ଯୋଜନାରେ ମନ୍ଦିର ଏବଂ ମଠଗୁଡ଼ିକର ସଂରକ୍ଷଣ ପାଇଁ ପଦକ୍ଷେପ ମଧ୍ୟ ଅନ୍ତର୍ଭୁକ୍ତ ହେବ ।

ସେହିପରି ଛୋଟ ସହାରେ ତୀର୍ଥସ୍ଥଳକୁ ବିକଶିତ କରାଯିବ । ୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡଙ୍କୁ ଦିଆଯିବ ଟ୍ରେନିଂ। ହାଇବ୍ରିଡ୍ ମୋଡରେ ୧୨ ସପ୍ତାହର ଟ୍ରେନିଂ ଦିଆଯିବ । IIM ସହଭାଗିତାରେ ପ୍ରଶିକ୍ଷଣ ଦିଆଯିବ ।

Post Views30 Total Count

Apply Now


This will close in 0 seconds

error: Content is protected !!