ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବ୍ୟାଙ୍କ ଖାତାକୁ ଆସିବ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା । ପୁରୀର ତାଳବଣିଆ ପଡିଆରେ   ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପଠାଇବେ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବିକ, ଏକ କୋଟି ୧୨ ଲକ୍ଷ ୫୭ ହଜାର ୬୬୭ ଜଣ  ଆବେଦନ କରିଥିବା ବେଳେ ଚତୁର୍ଥ କିସ୍ତିରେ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବ । ୫ ହଜାର କୋଟିରୁ ଅଧିକ ଟଙ୍କା ଯୋଗ୍ୟ ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପଠାଯିବ।

ପୁରୀର ତାଳବଣିଆ ଠାରେ ଆୟୋଜନ ହେବ ବିଶାଳ କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତରେ ସୁଭଦ୍ରା ଟଙ୍କା ବଣ୍ଟାଯିବ। ୨ ଲକ୍ଷ ୧୩  ହଜାର ୧୯୮ ଜଣ ନୂଆ ସୁଭଦ୍ରା ହିତାଧିକାରୀ ଟଙ୍କା ପାଇବେ। ସେହିଭଳି ଗ୍ରୀଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗରୁ ୩୬ ହଜାର ୩୮୫ ଜଣ ପାଇବେ ସୁଭଦ୍ରା ଟଙ୍କା। ଏପ୍ରିଲ ମାସରେ ଯାହାକୁ ୨୧ ବର୍ଷ ହୋଇଥିବ ସେମାନେ ଆବେଦନ କରିବେ। ଯେଉଁମାନେ୨୧ ବର୍ଷ ସେମାନଙ୍କ ପାଇଁ ଏହା ଦ୍ୱିତୀୟ କିସ୍ତି ପାଇପାରିବେ।

ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଗତ  ସେପ୍‌ଟେମ୍ବର ୧୭ରେ ରାଜ୍ୟରେ  ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ହିତାଧିକାରୀମାନଙ୍କୁ ପୂର୍ବରୁ ୩ଟି କିସ୍ତିରେ ୧୫ ହଜାର ଟଙ୍କା ବଣ୍ଟାଯାଇଛି।

 

Post Views52 Total Count

Apply Now


This will close in 0 seconds

error: Content is protected !!