ଫାଷ୍ଟ୍ୟାଗ ପାସ୍ ଦରରେ ୨.୫% ବୃଦ୍ଧି

ଆସନ୍ତା ମାସ ବା ଏପ୍ରିଲ ପହିଲାରୁ ଜାତୀୟ ରାଜପଥରେ ଯାତ୍ରା କରିବା ସାମାନ୍ୟ ମହଙ୍ଗା ହୋଇଯିବ । ସଡ଼କ ପରିବହନ ମନ୍ତ୍ରାଳୟ ବାର୍ଷିକ ଫାଷ୍ଟ୍ୟାଗ ପାସ୍ ଦରରେ ୨.୫% ବୃଦ୍ଧି କରିଛି । ଏବେ ଘରୋଇ ଗାଡ଼ି ମାଲିକମାନଙ୍କୁ ବାର୍ଷିକ ପାସ୍ ପାଇଁ ୩୦୦୦ ଟଙ୍କା ବଦଳରେ ୩,୦୭୫ ଟଙ୍କା ଦେବାକୁ ପଡ଼ିବ । ଏହି ପାସ୍ କାର ୟୁଜରଙ୍କୁ ଦେଶବ୍ୟାପୀ ୨୦୦ ଟୋଲ ପ୍ଲାଜାରେ ବିନା ବାଧାରେ ଯାତ୍ରା କରିବାର ସୁବିଧା ଦେଇଥାଏ ।

ସଡ଼କ ପରିବହନ ମନ୍ତ୍ରାଳୟର ଅଧିକାରୀମାନଙ୍କ କହିବାନୁସାରେ, ଯେବେ ଫାଷ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବସ୍ଥାର ଆରମ୍ଭ କରାଯାଇଥିଲା, ସେତେବେଳେ ଏହାର ବିଜ୍ଞପ୍ତିରେ ପ୍ରତିବର୍ଷ ଦରର ସମୀକ୍ଷା ଏବଂ ସଂଶୋଧନର ବ୍ୟବସ୍ଥା ରଖାଯାଇଥିଲା । ବର୍ତ୍ତମାନ ଘୋଷଣା କରାଯାଇଥିବା ବୃଦ୍ଧି ତାହାର ଅଂଶବିଶେଷ । ଦେଶବ୍ୟାପୀ ରାଜପଥ ଟୋଲ୍ ଦରରେ ପରିବର୍ତ୍ତନ ପାଇଁ ଯେଉଁ ପଦ୍ଧତି ଧାର୍ଯ୍ୟ କରାଯାଇଛି,ଉକ୍ତ ଆଧାରରେ ଏଥର ୨.୫% ବୃଦ୍ଧି କରାଯାଇଛି । ସରକାର ଅଗଷ୍ଟ ୧୫ରୁ ଏହି ବିଶେଷ ବାର୍ଷିକ ପାସ୍ ବ୍ୟବସ୍ଥାର ପ୍ରଚଳନ କରିଥିଲେ, ଯାହାକୁ ଆଶାଠାରୁ ଅଧିକ ଭଲ ରେସ୍ପନ୍ସ ମିଳିଛି ।

 

ଏଯାବତ୍ ୫୨ ଲକ୍ଷରୁ ଊଦ୍ଧ୍ୱର୍ ରାଜପଥ କାର ୟୁଜର ଏହି ସ୍କିମ୍ରେ ସାମିଲ ହୋଇଛନ୍ତି । ଏହି ପାସ୍ର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାକୁ ବର୍ଷକରେ ବାରମ୍ବାର ରିଚାର୍ଜ କରାଯାଇପାରିବ ଏବଂ ଲମ୍ବା ଦୂର ଯାତ୍ରା କରୁଥିବା ୟୁଜରମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ । ଯଦି ଜଣେ ବାରମ୍ବାର ରାଜପଥରେ ଯାତ୍ରା କରୁଛନ୍ତି ଏବଂ ଏହି ବର୍ଦ୍ଧିତ ଦରରୁ ବଞ୍ଚିବାକୁ ଚାହୁଁଥାନ୍ତି ସେମାନେ ମାର୍ଚ୍ଚ ୩୧ ସୁଦ୍ଧା ପୁରୁଣା ଦରରେ ରିଚାର୍ଜ କରିପାରିବେ କିମ୍ବା ନୂଆ ପାସ୍ କିଣିପାରିବେ । ଏପ୍ରିଲ ୧ ସକାଳୁ ସିଷ୍ଟମ୍ରେ ନୂଆ ଦର ଅପ୍ଡେଟ୍ କରିଦିଆଯିବ।

 

Post Views9 Total Count

Apply Now


This will close in 0 seconds

error: Content is protected !!