ବଙ୍ଗ ମହାସମର ପାଇଁ ଚାଲିଛି ମତଦାନ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସକାଳ ୭ରୁ ଆରମ୍ଭ ହୋଇଛି ଭୋଟିଂ। ବେଙ୍ଗଲ ବ୍ୟାଟଲ ୨୦୨୬ର ଦ୍ଵିତୀୟ ପର୍ଯ୍ୟାୟରେ କାହାର ପଲା ଭାରୀ। ଗୋଟିଏ ପଟେ ମମତା ବାନାର୍ଜୀଙ୍କ ଦୁର୍ଗ ରକ୍ଷା କରିବାର ଆହ୍ୱାନ ଅନ୍ୟପଟେ ବିଜେପିର ପରିବର୍ତ୍ତନ ଜିଦ୍। ୮ଟି ଜିଲ୍ଲାର ୧୪୨ଟି ଆସନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ୯୩ପ୍ରତିଶତରୁ ଅଧିକ ରେକର୍ଡ ମତଦାନ ହୋଇଥିଲା । ଆଜି ମଧ୍ୟ ସେହି ସମାନ ଉତ୍ସାହ ଭୋଟରଙ୍କ ମଧ୍ୟରେ ଦେଖାଯାଉଛି । ପ୍ରାୟ ୩କୋଟି ୨୧ ଲକ୍ଷ ଭୋଟର ୧୪୪୮ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରମାନେ ସକାଳୁ ସକାଳୁ ବୁଥ୍ ସମ୍ମୁଖରେ ଲମ୍ବା ଧାଡ଼ି ଲଗାଇଛନ୍ତି।

ଆଜିର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଜ ଆସନ ଭବାନୀପୁର ଉପରେ ସମସ୍ତଙ୍କ ନଜର। ଏଠାରେ ମମତାଙ୍କ ସହ ବିରୋଧୀ ଦଳ ନେତା ତଥା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। କୋଲକାତା ସମେତ ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ନଦିଆ ଏବଂ ହାୱଡ଼ା ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୪୧ହଜାର ପୋଲିଂ ଷ୍ଟେସନରେ ସିଧାସଳଖ ୱେବକାଷ୍ଟିଂ କରାଯାଉଛି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!