ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ୍ (ED) କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ) ର ବରିଷ୍ଠ ନେତା ପିନାରାୟୀ ବିଜୟନଙ୍କ ବାସଭବନରେ ଏକ ବଡ଼ ଧରଣର ଚଢ଼ାଉ କରିଛି। କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ (CMRL) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏହି ଖୋଳତାଳ କରାଯାଉଛି।
ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ କେରଳର ପ୍ରୟ ୧୦ ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି, ଯେଉଁଥିରେ ପିନାରାୟୀ ବିଜୟନଙ୍କ ଥୀରୁବନନ୍ତପୁରମ ସ୍ଥିତ ଭଡ଼ା ଘର ମଧ୍ୟ ସାମିଲ ଅଛି।ଏହି ଚଢ଼ାଉର ଠିକ୍ ପୂର୍ବରୁ କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମାମଲାରେ ED ର ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ CMRL କମ୍ପାନୀର ବରିଷ୍ଠ ପରିଚାଳନା କମିଟି ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। କମ୍ପାନୀ ଅଧିକାରୀମାନଙ୍କୁ ସମନ୍ ଜାରି କରିବାରୁ ରୋକିବା ପାଇଁ ଅନ୍ତରୀଣ ସୁରକ୍ଷା ଅବଧିକୁ ଆଉ ୨ ସପ୍ତାହ ବଢ଼ାଇବାକୁ କରାଯାଇଥିବା ଅନୁରୋଧକୁ ମଧ୍ୟ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ, ଯାହା ପରେ ED ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

