ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା

ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି । ଏହି ସୂଚନାକୁ ସ୍ପଷ୍ଟ କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡିଜିପି ଓ୍ବାଇ .ବି ଖୁରାନିଆ । ଡିଜିପିଙ୍କ ଅନୁସାରେ, ୨୦୧୩ ବ୍ୟାଚ୍‌ର IPS ଅଧିକାରୀ ଜଗମୋହନ ମୀନା ବ୍ୟକ୍ତିଗତ କାରଣରୁ ନିଜ ପଦରୁ ପଦତ୍ୟାଗ କରିଛନ୍ତି । ଭୁବନେଶ୍ୱରର ଆଇନ-ଶୃଙ୍ଖଳା ଦାୟିତ୍ୱ ରଖୁଥିବା ଡିସିପି ଭାବେ ସେ କାର୍ଯ୍ୟରତ ଥିଲେ ।
ଏହା ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଏସ୍‌ପି ଏବଂ ଗଞ୍ଜାମ ଏସ୍‌ପି ଭାବେ ମଧ୍ୟ ଦାୟିତ୍ୱ ସଫଳତାର ସହିତ ନିଭାଇଥିଲେ । ତାଙ୍କର ଇସ୍ତଫା ପରେ ପ୍ରଶାସନିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ତଥାପି ଡିଜିପି ସ୍ପଷ୍ଟ କରିଛନ୍ତି ଯେ, ଏହା ସଂପୂର୍ଣ୍ଣ ଭାବେ ବ୍ୟକ୍ତିଗତ କାରଣରୁ ନିଆଯାଇଥିବା ନିଷ୍ପତ୍ତି । ସରକାରଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଯାଇଥିବା ନେଇ ବି ସୂଚନା ଦେଇଛନ୍ତି  ପୁଲିସ ମହାନିର୍ଦ୍ଦେଶକ ଡିଜିପି ଓ୍ବାଇ .ବି ଖୁରାନିଆ । ଏଣେ ସେ ଏକ ଘରୋଇ କଂପାନିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

Post Views53 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!