ସ୍ୱପ୍ନ ବଡ଼ ଥିଲା, କିନ୍ତୁ ରାସ୍ତା ଥିଲା କଷ୍ଟକର । ଆର୍ଥିକ ଅଭାବ ଓ ସଂଘର୍ଷ ମଧ୍ୟରେ ପାଠ ପଢ଼ି ଏବେ ଡାକ୍ତର ହେବାକୁ ଯାଉଛନ୍ତି ଜଣେ ସ୍କ୍ରାପ୍ ବ୍ୟବସାୟୀଙ୍କ ପୁଅ ।
NEET ପରୀକ୍ଷାରେ ସଫଳତା ହାସଲ କରି ସେ ପ୍ରମାଣ କରିଛନ୍ତି ଯେ, ପରିସ୍ଥିତି ନୁହେଁ, ଦୃଢ଼ ଇଚ୍ଛାଶକ୍ତି ହିଁ ସଫଳତାର ମୂଳମନ୍ତ୍ର । ଏହି କାହାଣୀ ହେଉଛି ସାଗର ରେଗରଙ୍କ । ଜଣେ ସ୍କ୍ରାପ୍ ବ୍ୟବସାୟୀଙ୍କ ପୁଅ ହୋଇଥିଲେ ମଧ୍ୟ ତାଙ୍କ ସ୍ୱପ୍ନ ଥିଲା ଜଣେ ଭଲ ଡାକ୍ତର ହେବା ।
ଜୀବନରେ ଆସିଥିବା କଠିନ ପରିସ୍ଥିତି ତାଙ୍କୁ ଭାଙ୍ଗି ଦେଇନଥିଲା, ବରଂ ଆହୁରି ମଜବୁତ କରିଥିଲା । ପରିବାରରେ ଆସିଥିବା ଏକ ଦୁଃଖଦ ଘଟଣା ତାଙ୍କ ଜୀବନର ଲକ୍ଷ୍ୟ ବଦଳାଇ ଦେଇଥିଲା । ତାଙ୍କ ଭଉଣୀ କ୍ୟାନସରରେ ପୀଡ଼ିତ ହୋଇଥିଲେ ।

