ରାଜ୍ୟର ୩ ସରକାରୀ ମେଡିକାଲ କଲେଜରେ ୧୧ ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ ଅନୁମୋଦନ

ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି (DNB) ସିଟ ଅନୁମୋଦନ ମିଳିଛି । ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ବୋର୍ଡ ଅଫ ଏଗଜାମିନେସନ ଇନ ମେଡ଼ିକାଲ ସାଇନ୍ସ (NBEMS) ପକ୍ଷରୁ ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜରେ ୫ଟି ବ୍ରଡ୍ ସ୍ପେସିଆଲିଟିରେ ମୋଟ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟକୁ ମାନ୍ୟତା ପ୍ରଦାନ କରାଯାଇଛି । ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ , ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ, କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଏହି ସିଟକୁ ମାନ୍ୟତା ପ୍ରଦାନ କରାଯାଇଛି ।
ଏହି ମାନ୍ୟତାପ୍ରାପ୍ତ ସିଟ୍ଗୁଡ଼ିକ ଶିଶୁ ଚିକିତ୍ସା (Paediatrics), ପ୍ରସୂତି ଓ ସ୍ତ୍ରୀରୋଗ (Obstetrics & Gynaecology), ଚକ୍ଷୁ ରୋଗ (Ophthalmology), ଟି.ବି. ଓ ଛାତି ରୋଗ (T.B. & C.D.) ଏବଂ ନିଶ୍ଚେତନ ବିଜ୍ଞାନ (Anaesthesiology) ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅନୁମୋଦନ ମିଳିଛି । ମୋଟ ୧୧ଟି ସିଟ୍ ମଧ୍ୟରୁ ୫ଟି ସିଟ୍ ଓଡ଼ିଶାର ଚାକିରିରେ ଥିବା ଡାକ୍ତରମାନଙ୍କ ପାଇଁ ସଂରକ୍ଷିତ ରହିବ ଏବଂ ୬ଟି ସିଟ୍ ସର୍ବଭାରତୀୟ କୋଟା ଅଧୀନରେ ଉପଲବ୍ଧ ହେବ।
ଏହି ନୂତନ ପୋଷ୍ଟ-ଡିପ୍ଲୋମା ଡିଏନବି ପ୍ରଶିକ୍ଷଣ ସୁଯୋଗ ରାଜ୍ୟରେ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରିବ। ଏହା ଫଳରେ ରାଜ୍ୟବାସୀଙ୍କୁ ଉନ୍ନତମାନର ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଅଧିକ ସହଜରେ ଉପଲବ୍ଧ କରାଇବାରେ ସହାୟତା ମିଳିବ।
ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟର ଡାକ୍ତରମାନଙ୍କୁ ନିଜ ସରକାରୀ ସେବା ଜାରି ରଖିବା ସହିତ ଉଚ୍ଚତର ପୋଷ୍ଟଗ୍ରାଜୁଏଟ୍ ପ୍ରଶିକ୍ଷଣ ଓ ବିଶେଷଜ୍ଞତା ହାସଲ କରିବାର ଅଧିକ ସୁଯୋଗ ମିଳିବ। ଏହା ଓଡ଼ିଶାର ଚିକିତ୍ସା ଶିକ୍ଷାର ବିକାଶ ଯାତ୍ରାରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ |

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!