ସିଏମ୍‌-କିଷାନର ପଞ୍ଚମ କିସ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଜନ୍ମାଷ୍ଟମୀରେ ଚାଷୀଙ୍କୁ ବଡ଼ ଭେଟି। ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ଯୋଜନାର ପଞ୍ଚମ କିସ୍ତି । ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନା ମାଧ୍ୟମରେ ରାଜ୍ୟର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର, ନାମମାତ୍ର, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଏବଂ ଭୂମିହୀନ କୃଷକ ପରିବାର ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ । ମୋଟ ୮୩୩ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ।

ଏହି ଆର୍ଥିକ ସହାୟତା ରାଜ୍ୟର ଚାଷୀ ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସହିତ କୃଷି କାର୍ଯ୍ୟରେ ପ୍ରୋତ୍ସାହିତ କରିବ । ରାଜ୍ୟସ୍ତରୀୟ ସିଏମ୍ କିଷାନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଜନ୍ମାଷ୍ଟମୀ ପାଇଁ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି ।
 

ସେହିଭଳି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଯୋଗଦେଇ ସିଏମ୍-କିଷାନ କିସ୍ତି ପ୍ରଦାନ କରିଛନ୍ତି । ସିଏମ୍ କିଷାନ ଯୋଜନାର ଟଙ୍କା ବାଣ୍ଟିବା କାର୍ଯ୍ୟକ୍ରମରେ ଖୋର୍ଦ୍ଧାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଢ଼େଙ୍କାନାଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କଳାହାଣ୍ଡିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗଞ୍ଜାମରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, କଟକରେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ଭଦ୍ରକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ପୁରୀରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସିଏମ୍ କିଷାନ ଯୋଜନାର ଟଙ୍କା ବାଣ୍ଟିବା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି। 

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!