ଏମିତି ମାଲିକକୁ ଧନ୍ୟ,କର୍ମଚାରୀଙ୍କୁ ଦେଲା bmw କାର

ମାଲିକ ଓ କର୍ମଚାରୀଙ୍କ ସମ୍ପର୍କକୁ ନେଇ ଆଜିକାଲି ବହୁତ କିଛି ଦେଖିବାକୁ ମିଳେ, କିନ୍ତୁ ଚୀନରୁ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ମନ ଜିତି ନେଇଛି। ଜଣେ ରେସ୍ତୋରାଁ ମାଲିକାଣି ନିଜ କର୍ମଚାରୀଙ୍କ ନିଷ୍ଠା ଓ କଷ୍ଟକୁ ଦେଖି, ସେମାନଙ୍କୁ ବିନା କୌଣସି ଚୁକ୍ତିରେ ଉପହାର ଦେଇଛନ୍ତି ଦାମୀବିଏମଡବ୍ଲ୍ୟୁ (BMW)କାର୍!

ଚୀନର ହେନାନ ପ୍ରାନ୍ତର ଜିଓଜୁଓ ସହରରେ ଅବସ୍ଥିତ ଏକ ବିଫ୍ ହଟ୍ପଟ୍ ରେସ୍ତୋରାଁର ମାଲିକାଣି ହେଉଛନ୍ତିମା ୟାନଲି। ତାଙ୍କ ରେସ୍ତୋରାଁରେ କାମ କରୁଥିବା ଦୁଇଜଣ ମହିଳା କର୍ମଚାରୀ ହାଡ଼ଭଙ୍ଗା ଶୀତ, ବରଫପାତ ଓ ଝଡ଼ର ମୁକାବିଲା କରି ପ୍ରତିଦିନ ଇ-ବାଇକ୍ରେ କାମକୁ ଆସୁଥିଲେ। ଥଣ୍ଡାରେ ସେମାନଙ୍କ ହାତଗୋଡ଼ ଲାଲ୍ ପଡ଼ିଯାଉଥିବା ଏବଂ କାନ ନୀଳ ପଡ଼ିଯାଉଥିବା ଦୃଶ୍ୟ ମାଲିକାଣି ସହିପାରି ନଥିଲେ।

ଦୀର୍ଘ ୮ ବର୍ଷ ହେଲା କାମ କରୁଥିବା ଲି ଜି ଏବଂ ଲିୟୁ ୟିଙ୍ଗୟିଙ୍ଗ୍ ନାମକ ଏହି ଦୁଇ କର୍ମଚାରୀଙ୍କ କଷ୍ଟ ଦେଖି ମାଲିକାଣି ସେମାନଙ୍କ ପାଇଁ କିଛି ବଡ଼ କରିବାକୁ ନିଷ୍ପତ୍ତି ନେଲେ। ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇ ସେ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ବିଏମ୍ଡବ୍ଲ୍ୟୁ କାର୍ କିଣି ଉଭୟଙ୍କୁ ଉପହାର ଦେଇଛନ୍ତି।

Post Views50 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!