ନୃଶଂସ ହେଲେ ବାପା-ମା । ସାମାନ୍ୟ ଆଇଫୋନ ପାଇଁ ନିଜ ଛୁଆକୁ ବିକ୍ରି କରିଦେଲେ । ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ଉତ୍ତର ୨୪ ପରଗଣା ଜିଲ୍ଲା ସ୍ଥିତ ପାଣିହାଟୀ ଅଞ୍ଚଳରୁ । ଶିଶୁଟିର ବାପା ଜୟଦେବ ହୋଇଥିବା ବେଳେ ମା’ଙ୍କ ନାଁ ସାକ୍ଷୀ ବୋଲି ଜଣାପଡ଼ିଛି। ତେବେ ଶିଶୁକୁ କିଣିଥିବା ମହିଳା ପ୍ରିୟଙ୍କା ଘୋଷ । ପଡୋଶୀମାନେ ଏକ ପରିବାରର ଆଠ ମାସର ଶିଶୁ ନିଖୋଜ ହୋଇଯାଇଥିବାର ଦେଖିବାପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଶିଶୁଟିର ନିଖୋଜ ପରେ ଅଭିଭାବକ ଚିନ୍ତିତ ନ ଥିବା ନଜରକୁ ଆସିଥିଲା । ଏହା ବ୍ୟତୀତ ସେମାନଙ୍କ ପଖରୁ ଏକ ଆଇଫୋନ୍ ମୋବାଇଲ ଦେଖିବାକୁ ମିଳିଥିଲା। ଶିଶୁକୁ କିଣିଥିବା ମହିଳା ସମେତ ଶିଶୁଟର ବାପା ଓ ମା’କୁ ଗିରଫ କରିଛି ପୋଲିସ।
Related Posts
ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ହାର୍ଡକୋର୍ ମାଓବାଦୀ ମୃତ
ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଟଳିଲା ୮ ଲକ୍ଷ ଟଙ୍କାର…
ସତ୍ୟପାଲ ମଲ୍ଲିକଙ୍କ ନାଁରେ ସିବିଆଇ ଚାର୍ଜସିଟ ଦାଖଲ
କିରୁ ହାଇଡ୍ରୋ ପ୍ରୋଜେକ୍ଟ ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନାଁରେ ଗୁରୁବାର ସିବିଆଇ ଚାର୍ଜସିଟ ଦାଖଲ…
ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ସମୟରେ କରିପାରିବେ ମଦ୍ୟପାନ
ଭାରତରେ ବଜେଟ୍ ପୂର୍ବରୁ ଏକ ସ୍ୱତନ୍ତ୍ର ହାଲୱା ସମାରୋହ ଅନୁଷ୍ଠିତ ହେଉଥିବା ବେଳେ ବ୍ରିଟେନରେ ବଜେଟ୍ ଭାଷଣ ସମୟରେ ଏକ…

