ବନ୍ଦ ହେଲା କେଦାରନାଥ ଧାମର କବାଟ

 ଶୀତଋତୁର ଆଗମନ ସହିତ ବନ୍ଦ ହୋଇଛି ପ୍ରସିଦ୍ଧ ଶୈବପୀଠ କେଦାରନାଥ ଧାମର କବାଟ  ବୁଧବାର ସକାଳ ୮ଟା ୩୦ ମିନିଟ୍‌ରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଛି । ଏହି ପବିତ୍ର ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଦେଶବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ କେଦାରନାଥ ଧାମରେ ଏକତ୍ରିତ ହୋଇଥିଲେ । ମନ୍ଦିରର କବାଟ ବନ୍ଦ ହେବା ପରେ ବାବା କେଦାରଙ୍କ ଚଳନ୍ତି ପ୍ରତିମା ତଥା ଉତ୍ସବ ଡୋଲି ଶୀତକାଳୀନ ପୂଜାସ୍ଥଳ ଉଖୀମଠର ଓମକାରେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ମନ୍ଦିରର କବାଟ ବନ୍ଦ କରିବା ପୂର୍ବରୁ ଭୋର ସମୟରୁ ବିଭିନ୍ନ ଧାର୍ମିକ ବିଧିବିଧାନ ଆରମ୍ଭ ହୋଇଥିଲା  କେଦାରନାଥ ଧାମର ମୁଖ୍ୟ ପୂଜାରୀ ଗଙ୍ଗାଧର ଲିଙ୍ଗ ମହାରାଜଙ୍କ ସୂଚନା ଅନୁଯାୟୀ, ସକାଳେ ଭଗବାନ ଶିବଙ୍କର ମହାଅଭିଷେକ କରାଯିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଭୋଗ ଅର୍ପଣ କରାଯାଇଥିଲା । 

ଏହାପରେ ନିର୍ଦ୍ଧାରିତ ସମୟ ସକାଳ ୮ଟା ୩୦ ମିନିଟ୍‌ରେ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଥିଲା ଆଗାମୀ ଛଅ ମାସ ଧରି କେଦାରନାଥ ଧାମରେ ନିୟମିତ ପୂଜାର୍ଚ୍ଚନା ବନ୍ଦ ରହିବ ଏହି ସମୟରେ ଭକ୍ତମାନେ ଉତ୍ତରାଖଣ୍ଡର ଉଖୀମଠସ୍ଥିତ ଓମକାରେଶ୍ୱର ମନ୍ଦିରରେ ବାବା କେଦାରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିପାରିବେ ।

Post Views105 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!