ଓଡ଼ିଶାର ଟେନସନ ବଢ଼ାଉଛି ରୁଷ ନାଗରିକଙ୍କ ମୃତ୍ୟୁ

ଓଡ଼ିଶାର ଟେନସନ ବଢ଼ାଉଛି ରୁଷ ନାଗରିକଙ୍କ ମୃତ୍ୟୁ, ତିନି ତିନିଟି ରୁଷ ନାଗରିକଙ୍କ ମୃତ୍ୟୁ ଏବେ ପୋଲିସ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି, ସମାନ ଦେଶର 3ଜଣ ନାଗରିକ ଓଡିଶା ଆସିବା ଆଉ ଓଡ଼ିଶାରେ ସେମାନଙ୍କ ସନ୍ଦେହଜନ ମୃତ୍ର୍ୟୁ ଘଟଣାରେ ଅଧିକ ସନ୍ଦେହ ଘନୀଭୂତ ହେଉଛି, ରାୟଗଡା ପରେ ଏବେ ପାରାଦ୍ୱୀପରୁ ମିଳିଛି ଆଉ ଏକା ରୁଷ ନାଗରିକଙ୍କ ମୃତ ଦେହ, ଯାହାକୁ ନେଇ ଆଜି ପୁଣି ଚର୍ଚ୍ଚା ଜୋର ଧରିଛି, ଏତେ ସବୁବେଳେ ସୁରକ୍ଷା ବଳୟ ଭିତରେ କେମିତି ପୋଲିସ ଏତେ ସବୁ ଘଟଣାର ଟେର ପାଉନି ତାକୁ ନେଇ ଏବେ ସାଧାରଣରେ ଅନେକ କଥା ଉଠିଲାଣି, ପ୍ରଥମେ ଗତ ଡିସେମ୍ବର 22 ଓ 24 ତାରିଖରେ ରାୟଗଡାକୁ ବୁଲିବାକୁ ଆସିଥିବା ଦୁଇ ରୁଷ ନାଗରିକଙ୍କ ମୃତ ଦେହ ଏକ ହୋଟେଲରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା ଆଉ ତାପରେ ଆରମ୍ଭ ହୋଇଥିଲା ଛାନଭିନ, ସେମାନଙ୍କ ସହ ଆସିଥିବା ଦୁଇ ଋଷିୟ ଦମ୍ପତିଙ୍କି ପଚରାଉଚରା ଜାରି ରଖିଛି କ୍ରାଇମବ୍ରାଞ୍ଚ, ଏହାରି ଭିତରେ ଏବେ ପାରାଦ୍ୱୀପ ରେ ଆଉ ଜଣେ ରୁଷ ନାଗରିକ ଗତ କାଲି ଏକ ବୋଟ ଭିତରେ ସନ୍ଦେହଜନକ ଭାବେରୁଟିୟୁ ଘଟିଛି, ସମ୍ପୃକ୍ତ ରୁଷ ନାଗରିକ ଜଣକ ବୋଟ ର ମୁଖ୍ୟ ଯନ୍ତ୍ରୀ ରହିଥିବା ଜଣାପଡିଛି ହେଲେ କାହିଁକି ଓ କିପରି ତାଙ୍କ ମୃତ୍ୟୁ ହୋଇଛି ସେ ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ, ଘଟଣାରେ ବନ୍ଦର କର୍ତୃପକ୍ଷ ଏହା ତଦନ୍ତ ପରିସରଭୁକ୍ତ ଥିବା କହିଥିବା ବେଳେ ପୋଲିସ ଡିଜି ମଧ୍ୟ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି, ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚର ମଧ୍ୟ ସହାୟତା ନିଆଯିବ ବୋଲି ଡିଜି କହିଛନ୍ତି,ଘଟଣାରେ ଆଉ କିଛି ଗୁପ୍ତଚରଙ୍କ ସମ୍ପୃକ୍ତି ଥିବା ଏଯାଏଁ ସ୍ପଷ୍ଟ ହୋଇନାହିଁ, ପୋଲିସ ଡିଜି କହୁଥିବା ବେଳେ ଘଟଣାରେ ଆଉ କଣ କାରଣ ଥାଇପାରେ ବୋଲି ଏବେ ସନ୍ଦେହ ସୃଷ୍ଟି ହେଉଛି, ତେବେ ଏ ସବୁବେଳେ ଘଟଣା ପଛରେ କାହା ହାତ ରହିଥାଇପାରେ, ଯଦି ଏକଥା ମିଛ ତେବେ କେବଳ ରୁଷ ନାଗରିକଙ୍କ ମୃତ୍ୟୁ ବାରମ୍ବର କାହିଁକି ହେଉଛି, କେବଳ ସେତିକି ନୁହେଁ ଗୋଟିଏ ମାସରେ ଗୋଟିଏ ରାଜ୍ୟରେ ଏଭଳି ଅଭାବନୀୟ ଘଟଣା ଏବେ ଚାରିଆଡେ ଛାଞ୍ଚଲ୍ୟ ଖେଳାଇଛି, ଆଗକୁ ଏ ଘଟଣାରେ ପୋଲିସ ଓ କ୍ରାଇମବ୍ରାଞ୍ଚ ଖୁଲାସା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା,

Post Views25 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!