ସରକାର ଦାବି ଶୁଣୁ ନ ଥିବାରୁ ଗର୍ଜିଲେ ଚାଷୀ

ସରକାର ଦାବି ଶୁଣୁ ନ ଥିବାରୁ ବିନା କୌଣସି ସୂଚନାରେ ଆଜି ସକାଳୁ ଅତର୍କିତ ଭାବେ ନବୀନ ନିବାସ ଆଡ଼େ ମାଡ଼ିଗଲେ ଶତାଧିକ ଚାଷୀ । ଆନ୍ଦୋଳନକାରୀ ଚାଷୀଙ୍କୁ ରାସ୍ତାରୁ ହଟାଇବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଲା ।

ସୁରକ୍ଷା ବ୍ୟବସ୍ଥାରେ ଥିବା ପୁଲିସ୍ ସଂଖ୍ୟାଠାରୁ ବିକ୍ଷୋଭକାରୀ ଚାଷୀଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ କାବୁ କରିବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଲା।

ମଣ୍ଡିରେ କଟନୀ ଛଟନୀକୁ ଚାଷୀମାନେ କଡା ବିରୋଧ କରୁଥିବା ବେଳେ ମିଲର୍ସ ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ଦୀର୍ଘ ଦିନ ହେଲା ଖୁବ୍ କ୍ଷୁବ୍ଧ ଥିଲେ।

ସରକାର ସେମାନଙ୍କ ଦାବି ଶୁଣୁ ନ ଥିବା ଅଭିଯୋଗ କରି ଆସୁଥିବା ଚାଷୀ ଆଜି ସକାଳୁ ସକାଳୁ ନବୀନ ନିବାସ ଆଡ଼େ ମାଡ଼ି ଆସିଲେ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!