ଋତୁସ୍ରାବ ପାଇଁ ମିଳିବ ଛୁଟି,ପ୍ରଥମ ଥର ପାଇଁ ଛାତ୍ରୀମାନଙ୍କୁ ମିଳିବ ଏହି ସୁବିଧା

ଏଣିକି ରୁତୁସ୍ରାବ ସମୟରେ ଛାତ୍ରୀମାନଙ୍କୁ ଅନିଚ୍ଛା ସତ୍ତେ ଆସିବାକୁ ପଡ଼ିବ ନାହିଁ କଲେଜ୍‌ା ଏମିତି ଏକ ଐତିହାସିକ ଘୋଷଣା କରିଛନ୍ତି କେରଳର କୋଚିନ୍ ୟୁନିଭରସିଟି ଅପ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି । କେରଳର ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଛାତ୍ରୀମାନଙ୍କୁ ଏହି ସୁବିଧା ମିଳିବ ।

ଏହି କାରଣ ପାଇଁ ଶ୍ରେଣୀଗୃହରେ ଛାତ୍ରୀମାନଙ୍କ ଉପସ୍ଥାନ କମ୍ ରହିଲେ, ସେମାନେ ୨ ପ୍ରତିଶତ ଅଧିକ ଉପସ୍ଥାନ ଦାବି କରିପାରିବେ ।ଏହି ପରିପ୍ରେକ୍ଷୀରେ ମହିଳା ଛାତ୍ରମାନଙ୍କର ଦୀର୍ଘ ଦିନର ଚାହିଦାକୁ ସମାଧାନ କରାଯାଇଛି। ଏହା ବିଶ୍ୱବିଦ୍ୟାଳୟରେ ପିଏଚଡି ସମେତ ବିଭିନ୍ନ ଷ୍ଟ୍ରିମରେ ଅଧ୍ୟୟନ କରୁଥିବା ୪,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ।

ବିଶ୍ୱବିଦ୍ୟାଳୟର ନିୟମ ଅନୁସାରେ ପ୍ରତି ସେମିଷ୍ଟରରେ ପରୀକ୍ଷାରେ ବସିବା ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ । ତେଣୁ ନୂଆ ନିୟମ କୋହଳ କରି ୭୩ ପ୍ରତିଶତ ଉପସ୍ଥାନ ରଖାଯିବ ।

ଉଲ୍ଲେଖଯୋଗ୍ୟ, ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନ ଏନେଇ ଦାବି କରିବା ପରେ ଛାତ୍ରୀମାନଙ୍କୁ ଏହି ସୁବିଧା ମିଳିଛି ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!