ହକି ବିଶ୍ୱକପ୍‌ରେ ଭାରତ ମ୍ୟାଚ୍ ଟିକେଟ୍‌ର କଳାବଜାରୀ,୫ ଗିରଫ

ହକି ବିଶ୍ୱକପ୍‌ରେ ଭାରତ ମ୍ୟାଚ୍ ଟିକେଟ୍‌ର କଳାବଜାରୀ ଘଟଣା ସାମ୍ନାକୁ ଆସିଛି। ସେପଟେ ହକି ପାଇଁ ଲୋକଙ୍କୁ ଟିକେଟ୍ କି ପାସ୍ ମିଳୁନଥିବା ବେଳେ ସୋସିଆଲ ମିଡ଼ିଆରେ ହେଉଛି ଟିକେଟ୍ କଳାବଜାରୀ |

100 ଟଙ୍କିଆ ଟିକେଟ୍‌ 1 ହଜାରରେ, 200 ଟଙ୍କିଆ 2 ହଜାରରେ ଓ 5 ଶହ ଟଙ୍କିଆ ଟିକେଟ୍‌ 5 ହଜାରରେ ବିକ୍ରି ହେଉଛି। ଲୋକ ବି ବାଧ୍ୟବାଧକତାରେ 10 ଗୁଣ ଅଧିକ ଟଙ୍କା ଦେଇ ଟିକେଟ୍‌ କିଣୁଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ନିକଟରେ ଏଭଳି ଟିକେଟ୍‌ କଳାବଜାର କରୁଥିବା ବେଳେ 5 ଜଣଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରୁଛି |

ଭାରତ-ୱେଲ୍ସ ମ୍ୟାଚ୍‌ର ଟିକେଟ୍‌କୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଅଭିଯୁକ୍ତମାନେ କଳା କବଜାରୀ କରୁଥିବା ବେଳେ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି।

19, 24 ଓ 29 ତାରିଖ ମ୍ୟାଚ୍‌ ପାଇଁ ଦଲାଲ୍‌ମାନେ ଟିକେଟ୍‌ ବ୍ଲାକରେ ବିକ୍ରି କରୁଥିଲେ। ଗିରଫ 5 ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!