ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ

ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧୀନରେ କାର୍ଯ୍ୟରତ ମୋଟ ୧୬୯ ଜଣ ଓଏଏସ୍ ଅଫିସରଙ୍କ ବଦଳି କରାଯାଇଥିବା ବେଳେ ୭୯ଟି ତହସିଲରେ ନୂଆ ତହସିଲଦାରଙ୍କୁ ନିଯୁକ୍ତି ଦିଆଯାଇଛି।

ଏଥିରେ ୧୯ ଜଣ ଅଫିସରଙ୍କୁ ବିଭିନ୍ନ ତହସିଲରେ ତହସିଲଦାର ଭାବେ ନିଯୁକ୍ତି ମିଳିଛି। ସମସ୍ତ ଅଫିସରଙ୍କୁ ତୁରନ୍ତ ରିଲିଭ କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି।

ବିଭାଗ ପକ୍ଷରୁ ୩ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରାଯାଇ ମୋଟ ୧୬୯ଜଣ କନିଷ୍ଠ ଓ ବରିଷ୍ଠ ଓଏଏସ୍ ଅଫିସର ଏବଂ ଓଆରଏସ୍ ଅଫିସରଙ୍କୁ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ୭୯ ଜଣଙ୍କୁ ତହସିଲଦାର ଓ ୫୮ ଜଣଙ୍କୁ ଉପଜିଲାପାଳ ଭାବେ ବିଭିନ୍ନ ସ୍ଥାନରେ ନିଯୁକ୍ତି ମିଳିଛି।

ଗୋଟିଏ ବିଜ୍ଞପ୍ତିରେ ୫୬ଜଣ ଓଏଏସ୍ ସିନିୟର ଓ ଜୁନିୟର ବ୍ରାଞ୍ଚ ଅଫିସରଙ୍କୁ ବିଭିନ୍ନ ଜିଲାର ଉପଜିଲାପାଳ ଭାବେ ବଦଳି ହୋଇଛି। ସେହିପରି ଅନ୍ୟ ଗୋଟିଏ ବିଜ୍ଞପ୍ତିରେ ମୋଟ ୬୧ଜଣ ଓଏଏସ୍ ସିନିୟର ଓ ଜୁନିୟର ବ୍ରାଞ୍ଚ ଅଫିସରଙ୍କ ବଦଳି ହୋଇଛି।

ଏଥିରେ ୬୦ଜଣଙ୍କୁ ବିଭିନ୍ନ ତହସିଲରେ ତହସିଲଦାର ଓ ଜଣେ ଅଫିସରଙ୍କୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ବିଭାଗ ପକ୍ଷରୁ ଜାରି ଅନ୍ୟ ଏକ ବିଜ୍ଞପ୍ତିରେ ୫୨ଜଣ ଓଏଏସ୍ ଜୁନିୟର ବ୍ରାଞ୍ଚ ଏବଂ ଓଆରଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!