ଗାଡିଚାଳକଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଆଶ୍ଵସ୍ତି

ଗାଡିଚାଳକଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଆଶ୍ଵସ୍ତି। ପ୍ରତି ଦ୍ଵିତୀୟ ଗାଡି କିଣିବା ଉପରେ ପରିବେଶ ଶୁଳ୍କ ଲଗାଇବା ଏବଂ ‘ଏକ ବ୍ୟକ୍ତି ଏକ କାର’ ମାନଦଣ୍ଡ ଲାଗୁ କରିବା ଦାବିରେ ଦାଖଲ ଯାଚିକାକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି। କୋର୍ଟ କହିଛନ୍ତି, ନୀତିଗତ ପ୍ରସଙ୍ଗ ଉପରେ ଅଦାଲତ ହସ୍ତକ୍ଷେପ କରି ପାରିବେ ନାହିଁ।
ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଆମେ ଏହି ଧରଣର ନିର୍ଦ୍ଦେଶ ଜାରି କରି ପାରିବୁ ନାହିଁ ଯେ, ଏକ ବ୍ୟକ୍ତି, ଏକ କାରକୁ ଅନୁମତି ଦିଅନ୍ତୁ, ଟ୍ୟାକ୍ସ ସୁନିଶ୍ଚିତ କରନ୍ତୁ, ଦ୍ଵିତୀୟ କାର ଉପରେ ପରିବେଶ ଶୁଳ୍କ ଲଗାଯାଉ, ବାୟୁ ପ୍ରଦୂଷଣ ପାଇଁ ଏକ ଆୟୋଗ ଗଠନ କରାଯାଉ। ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!