ପିଥୋରାଗଡ଼ରେ ମୃଦୁ ଭୂମିକମ୍ପ ଝଟକା

ପୁଣି ଥରିଲା ଦେବଭୂମି ଉତ୍ତରାଖଣ୍ଡ । ପିଥୋରାଗଡ଼ରେ ମୃଦୁ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୮ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ପିଥୋରାଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି ।
ଜାତୀୟ ସିସ୍ମୋଲୋଜି ସେଣ୍ଟର ରିପୋର୍ଟ ଅନୁଯାୟୀ, ରବିବାର ସକାଳ ୮.୫୮ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ପରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକ । ପିଥୋରାଗଡ଼ରେ ୩.୮ ତିବ୍ରତା ବିଶିଷ୍ଟ ମୃଦୁ ଭୂକମ୍ପ ଝଟକା ଲାଗିଛି । ଏହାର କେନ୍ଦ୍ର ପିଥୋରାଗଡ଼ ଠାରୁ ୨୩ କିଲୋମିଟର ଗଭୀରତାରେ ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।
ଏହା ପର୍ବରୁ ୨୦୨୨ ନଭେମ୍ବର ୯ତାରିଖରେ ମଧ୍ୟ ପିଥୋରାଗଡ଼ରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୩ ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳି ପିଥୋରାଗଡ଼ ଠାରୁ ୯୦ କିଲୋମିଟର ଦୂର ପୂର୍ବ ନେପାଳରେ ରହିଥିଲା ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!