ହକି ତାରକା ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି। ପ୍ରବୋଧଙ୍କ ଘରୁ ଚୋରି ହୋଇଥିବା ୧୪ଟି ମେଡାଲ ଜବତ ହୋଇଛି।
ଗୋଟିଏ ଗୋଲଡ ମେଡାଲ, ୮ଟି ବ୍ରୋଞ୍ଜ ମେଡାଲ, ୫ଟି ସିଲଭର ମେଡାଲ, ସୁନା କାନ ଫୁଲ, ପ୍ଲାଟିନମ ଚେନ, ଗୋଲଡ ପ୍ଲେଟେଡ଼ କ୍ଲିପ, ୫୬ ଇଞ୍ଚର ଏଲଇଡ଼ି ଟିଭି, ଡିଏସଏଲଆର କ୍ୟାମେରା, ମୋବାଇଲ ଫୋନ,ଗ୍ୟାସ ସିଲିଣ୍ଡର ଓ ଘର ତଡା ଉପକରଣ ଜବତ କରାଯାଇଛି।
ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ସୁନା ଛଡ଼ା ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡି, ମିଲୁ ବେହେରା ଓ ଚିତ୍ତ ଦଳେଇ ଗିରଫ ହୋଇଛନ୍ତି। ଏମାନଙ୍କ ନାଁରେ କମିସନରେଟ ପୁଲିସ ଅଞ୍ଚଳରେ ୧୦୦ରୁ ଅଧିକ ମାମଲା ରହିଛି। ଜେଲ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକୀ କରି ଏମାନେ ଚୋରି କରୁଥିଲେ।

