୫୦ ଟଙ୍କାରେ ୫ଟି ଟେଷ୍ଟ ,ଖୋଲିଲା ମିରମ୍ ହେଲଥ କେୟାରର ଷଷ୍ଠ ଷ୍ଟୋର

ମିରମ ହେଲଥ କେୟାରର ଦ୍ୱିତୀୟ ଫ୍ରାଞ୍ଚାଇଜ୍ ଷ୍ଟୋର ଖୋଲିଲା । ମିରମ୍ ହେଲଥ କେୟାର କଟକ ଓ ଭୁବନେଶ୍ୱର ସହରରେ ହୋମ୍ ଡେଲିଭରି ସୁବିଧାକୁ ମାଗଣା କରିଥିବା ବେଳେ, ଘରୁ ଯାଇ ସାମ୍ପୁଲ କଲେକ୍ସନ ବି ମାଗଣାରେ କରୁଛି ।

ଯାହା ଫଳରେ ଅଧିକରୁ ଅଧିକ ଲୋକମାନେ ଏହାଦ୍ୱାରା ଲାଭବାନ ହୋଇପାରିବେ ବୋଲି କୁହାଯାଉଛି ।
ଜାନୁଆରୀ ମାସ ୨୨ ତାରିଖରେ ମିରମର ଏହି ହେଲଥ କେୟାର ଷ୍ଟୋର ଖୋଲାଯାଇଛି । ଫ୍ରାଞ୍ଚାଇଜ୍ ପାର୍ଟନର ନବୀନ ଅଗ୍ରୱାଲ ଏହି ଷ୍ଟୋରର ଉଦଘାଟନ କରିଛନ୍ତି । ତେବେ ଏହା ହେଉଛି ମିରମ ହେଲଥ କେୟାରର ଦ୍ୱିତୀୟ ଫ୍ରାଞ୍ଚାଇଜ୍ ଷ୍ଟୋର । ମିରମ୍ ହେଲଥ କେୟାର ଆଜି ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଓ ଉତ୍ପାଦ ଯୋଗେଇ ଦେବା ସହିତ ଡାକ୍ତରମାନଙ୍କର ପରାମର୍ଶକୁ ସମ୍ପୂର୍ଣ୍ଣ ମାଗଣା କରିଛି ।

ଖାଲି ସେତିକି ନୁହେଁ, ନାମୀଦାମୀ ମେଡିସିନ୍ ଉପରେ ଏଠାରେ ୧୫ ପ୍ରତିଶତ ରିହାତି ମିଳୁଥିବାବେଳେ, ଜେନେରିକ୍ ମେଡିସିନ୍ ଉପରେ ୩୦ରୁ ୭୦ ପ୍ରତିଶତ ରିହାତି ମିଳିପାରୁଛି ।

ଏଥିସହିତ ଏଠାରେ ସମସ୍ତ ପ୍ରକାର ପାଥୋଲୋଜି ପରୀକ୍ଷା ମଧ୍ୟ ସୁଲଭ ମୂଲ୍ୟରେ କରାଯାଇପାରୁଛି । ଯେଉଁଥିରେ ପ୍ରତି ଶନିବାର ଓ ରବିବାର ଲୋକମାନେ ୫୦ ଟଙ୍କା ଦେଇ ୫ଟି ଟେଷ୍ଟ କରିବା ସହିତ ଏହାର ଲାଭ ଉଠାଇପାରୁଛନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!