୧୫ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ମୋଟ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪ ଟଙ୍କାର ଅର୍ଥ ରାଶି ‘ମୋ କଲେଜ’ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ଅନୁଦାନ କାର୍ଯ୍ୟକ୍ରମରେ ଅନୁମୋଦନ କରାଯାଇଛି।
ଏଥିରେ ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସହ ୧୩ଟି ମହାବିଦ୍ୟାଳୟ ରହିଛି।
ଏ ସମସ୍ତ ମହାବିଦ୍ୟାଳୟରେ କେଉଁ ସବୁ କାର୍ଯ୍ୟ କରାଯିବ ସେ ସବୁର ମଧ୍ୟ ଚୂଡ଼ାନ୍ତ ଚିଠା ପ୍ରସ୍ତୁତ ହୋଇସାରିଛି। କେଉଁଠି ଶ୍ରେଣୀଗୃହ ତ’ ଆଉ କେଉଁଠି କମ୍ପ୍ୟୁଟର ଲ୍ୟାବ୍, ଖେଳପଡ଼ିଆ, ଲାଇବ୍ରେରୀ, ସ୍ମାର୍ଟ କ୍ଲାସ୍ରୁମ୍, ବେଞ୍ଚ ଏବଂ ଡେସ୍କର କ୍ରୟ, ବଗିଚାର ସୌନ୍ଦର୍ଯ୍ୟକରଣ, ସମ୍ମିଳନୀ କକ୍ଷ ପାଇଁ ବିଭିନ୍ନ ଉପକରଣର ମରାମତି ଆଦି କାର୍ଯ୍ୟ କରାଯିବ।

