ଓଡ଼ିଶା ଆସିବେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୧୨ ତାରିଖରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୧୨ତାରିଖ ଅପରାହ୍ନରେ ଖୋର୍ଦ୍ଧା ବାଣପୁର ନିକଟ ଗମ୍ଭାରୀମୁଣ୍ଡାରେ ପ୍ରତିଷ୍ଠିତ ପତିତପାବନ ସରକାରୀ ଉଚ୍ଚବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଉଦ୍ଘାଟକ ଓ ମୁଖ୍ୟଅତିଥି ଭାବେ ଯୋଗଦେବେ।

୧୪ରେ ବାଲିଅନ୍ତା ନିକଟ ଯଶୁଆପୁର ଖେଳ ପଡ଼ିଆରେ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଆୟୋଜିତ ‘ଷଷ୍ଠ ଯଶୁଆପୁର ମହୋତ୍ସବ’ରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ୧୫ ତାରିଖ ଦିନ ଚ୍ୟାନେଲ ଓଡ଼ିଶା ଓ ରିଜିଓନାଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ପାଇକ ବିଦ୍ରୋହର ଅନ୍ୟତମ ଯୋଦ୍ଧା ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୨୫୫ତମ ଜୟନ୍ତୀ ଅବସରରେ ପାଳିତ ‘କ୍ରାନ୍ତି ମହୋତ୍ସବ’ରେ ଯୋଗଦାନ କରିବେ।

୧୬ ତାରିଖ ପୂର୍ବାହ୍ନରେ ସେ ବିଜୟୱାଡାସ୍ଥିତ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ଥିବା ଆନ୍ଧ୍ର ରାଜଭବନ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!