ରାଜ୍ୟର ୪ ସହର ହେବ ଇକୋନୋମିକ୍‌ ଜୋନ୍‌ରେ ପରିଣତ

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୪ ସହର ଯଥା ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକ କମନ ଇକୋନୋମିକ୍‌ ଜୋନ୍‌ରେ ପରିଣତ ହେବ। ୨୦୨୭ ସୁଦ୍ଧା ଏହି ସହରଗୁଡ଼ିକୁ କମନ ଇକୋନୋମିକ ଜୋନ୍‌ କରାଯିବ। ଏହା ପରଠାରୁ ହିଁ ରାଜ୍ୟ ଅର୍ଥନୀତିର ୩୩ ପ୍ରତିଶତ ଆସିବ ବୋଲି ଅନୁ ଗର୍ଗ କହିଛନ୍ତି।

କମନ ଇକୋନୋମିକ୍ ଜୋନ୍ ହେଉଛି ଏକ ଆନ୍ତର୍ଜାତିକ ଚୁକ୍ତି କିମ୍ବା ଅଞ୍ଚଳ ଯେଉଁଠାରେ ଏକାଧିକ ଦେଶ ମିଶି ଏକ ସାଧାରଣ ଅର୍ଥନୈତିକ କ୍ଷେତ୍ର ଗଠନ କରନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେହି ଦେଶମାନଙ୍କ ମଧ୍ୟରେ ପଣ୍ୟ, ସେବା, ପୁଞ୍ଜି ଏବଂ ଶ୍ରମର ମୁକ୍ତ ଚଳାଚଳ ସୁନିଶ୍ଚିତ କରିବା।

Post Views13 Total Count

Apply Now


This will close in 0 seconds

error: Content is protected !!