ଟାଟା ଷ୍ଟିଲର ପିଏଟି ୬,୫୦୯କୋଟି

ଟାଟା ଷ୍ଟିଲ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସର ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି.ଭି. ନରେନ୍ଦ୍ରନ କହିଛନ୍ତି, ଅସ୍ଥିର ପରିଚାଳନା ପରିବେଶ ସତ୍ତ୍ୱେ ଟାଟା ଷ୍ଟିଲ୍ ଭାରତରେ ଦ୍ରୁତ ଅଭିବୃଦ୍ଧି ପ୍ରଦାନ କରିଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଦେଶ ଭିତରେ ଡେଲିଭରି ୧୩.୭ନିୟୁତ ଟନ୍ ରହିଛି, ଯାହା ବର୍ଷକୁ ବର୍ଷ ଭିତ୍ତିରେ ୪% ଅଧିକ ବୋଲି ଜଣାପଡ଼ିଛି। ସବୁ କ୍ଷେତ୍ରରେ ଅଭିବୃଦ୍ଧି ଦେଖିବାକୁ ମିଳିଛି।
ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ମାସରେ ଟିକସ ପରବର୍ତ୍ତୀ ଲାଭ (ପିଏଟି) ପ୍ରାୟ ୬,୫୦୯କୋଟି ଟଙ୍କାରେ ରହିଛି।

ବିଶେଷକରି ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଅସ୍ଥିର ପରିଚାଳନା ପରିବେଶ ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ମାସରେ କମ୍ପାନୀର ରାଜସ୍ବ ବର୍ଷକୁ ବର୍ଷ ଭିତ୍ତିରେ ୩% ବୃଦ୍ଧି ପାଇ ୧,୮୦,୩୯୧ କୋଟି ଟଙ୍କାରେ ପହଞ୍ଚତ୍ଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!