ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଗିରଫ

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଉଠାଇନେଇଛି କମିଶନରେଟ୍‌ ପୋଲିସ। ଗତକାଲି ରାତିରେ ସମ୍ବଲପୁର ବଂଶୀଧର ନଗରସ୍ଥିତ ଘରୁ ସୌମ୍ୟଙ୍କୁ ଉଠାଇ ଆଣିଥିଲା ପୋଲିସ ।

ଗିରଫ ପରେ ସୌମ୍ୟଜିତ୍‌ଙ୍କୁ ଭୁବନେଶ୍ୱର ଆଣୁଛି କମିଶନରେଟ୍‌ ପୋଲିସ । ଗତବର୍ଷ ଶୈଳଶ୍ରୀ ବିହାର ସ୍ଥିତ ଘରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଶ୍ୱେତାଙ୍କ ମୃତ୍ୟୁ ପାଇଁ ପ୍ରେମିକ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ ପରିବାର ଲୋକେ।

ଶ୍ବେତାଙ୍କ ମୃତ୍ୟୁକୁ ୬ ମାସ ପୂରି ସାରିଥିବା ବେଳେ ଆଜି ସୌମ୍ୟଜିତଙ୍କୁ ଗିରଫ କରିଛି ପୋଲିସ। ଗିରଫଦାରୀରୁ ବର୍ତ୍ତିବା ପାଇଁ ସୌମ୍ୟଜିତ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ମାତ୍ର ତାହା ଖାରଜ ହୋଇଯିବାରୁ ଆଜି ତାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!