କିରଣ ବେଦୀଙ୍କୁ ଦେଖି ହେଲେ IPS, ୩ୟ ପ୍ରୟାସରେ କଲେ UPSC କ୍ରାକ୍

ପ୍ରତ୍ୟେକ ମଣିଷ ଯେତେବେଳେ ଆଗକୁ ବଢେ, କାହାର ନାଁ କାହାର ଜୀବନଶୈଳୀକୁ ପ୍ରରଣା ଭାବେ ଗ୍ରହଣ କରେ। ଏବଂ ଯେତେବେଳେ ଲକ୍ଷ୍ୟ ବଡ ଥାଏ ସେତେବେଳେ କଠିନ ପରିଶ୍ରମ ବି ଜରୁରୀ। ସେହିପରି କଠିନ ପରିଶ୍ରମ ଏବଂ କିରଣ ବେଦୀଙ୍କଠାରୁ ପ୍ରେରିତ ହୋଇ ଆଇପିଏସ୍‌ ହୋଇଛନ୍ତି ଅଙ୍କିତା ଶର୍ମା। ସିଭିଲ୍‌ ସର୍ଭିସ୍‌ରେ ଯୋଗଦେବା ପରେ ସେ ତାଙ୍କ ଦୃଢ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ ରହିଛନ୍ତି।
ଅଙ୍କିତା ଶର୍ମା ୨୦୨୨ ମସିହାରୁ ଖେରାଗଢ଼ର ଏସପି ଭାବେ କାର୍ଯ୍ୟରତ ଅଛନ୍ତି। ୨୦୧୮ ବ୍ୟାଚର ଛତିଶଗଡ଼ କ୍ୟାଡର IPS ଅଧିକାରୀ। ଏଠାରେ ସଚ୍ଚୋଟ କାର୍ଯ୍ୟଶୈଳୀ ଏବଂ ଦୁର୍ଦ୍ଦାନ୍ତଙ୍କୁ ଦଣ୍ଡ ଦେବା ପାଇଁ ସେ ପରିଚିତ।
ଅଙ୍କିତା କହନ୍ତି, ପିଲାଟି ଦିନରୁ କିରଣ ବେଦୀଙ୍କୁ ଦେଖିଲେ ମନ ଭିତରେ ଏକ ଅଦ୍ଭୁତ ପ୍ରକାର ଶିହରଣ ଖେଳିଯାଏ। ଯାହା ବି ହେଲେ ସେ କିରଣ ବେଦୀଙ୍କ ଭଳି କାମ କରିବି ବୋଲି ମନରେ ଆଶା ବାନ୍ଧିଥିଲେ। କାରଣ ତାଙ୍କ କାର୍ଯ୍ୟଶୈଳୀ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। କର୍ମସ ଷ୍ଟୁ଼ଡେଣ୍ଟ ଥିଲେ ସେ। ପୋଷ୍ଟ ଗ୍ରାଜୁଏସନ ପରେ ଆଉ ସମୟ ନଷ୍ଟ ନକରି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ।

ଏହାରି ଭିତରେ ଅଙ୍କିତାଙ୍କର ବାହାଘର ହୋଇଯାଇଥିଲା। ସ୍ବାମୀ ସେନାରେ ଥିବାରୁ ତାଙ୍କର ବାରମ୍ବାର ବଦଳି ହେଉଥିଲା। ଏଥିପାଇଁ ପାଠପଢ଼ାରେ ଅନେକ ବାଧା ବି ଆସୁଥିଲା। କିନ୍ତୁ ସେ ଲକ୍ଷ୍ୟରୁ କେବେ ହେଲେ ଓହରି ନଥିଲେ। ଯେତେକଷ୍ଟ ହୋଇଥିଲେ ବି ପରିଶ୍ରମ ଜାରି ରଖିଥିଲେ।

ବିବାହ ସ୍ଥିର ହେବା ପରଠାରୁ ଅଙ୍କିତା ତାଙ୍କ ସ୍ବାମୀଙ୍କୁ ଏ ବିଷୟରେ ଜଣାଇଥିଲେ। ସେ ତାଙ୍କୁ ସ୍ବପ୍ନ ପୂରା କରିବାରେ ବେଶ ସାହାଯ୍ୟ ମଧ୍ୟ କରିଛନ୍ତି। ସେ ନଥିଲେ ବୋଧ ହୁଏ ଏହି ସ୍ଥାନରେ ପହଞ୍ଚିବା ପାଇଁ ଅଙ୍କିତାଙ୍କୁ କଷ୍ଟ ହୋଇଥାଆନ୍ତା ବୋଲି ସେ କୁହନ୍ତି। ଅଙ୍କିତା ଶର୍ମା ତୃତୀୟ ପ୍ରୟାସରେ ୟୁପିଏସସି କ୍ରାକ୍‌ କରିଛନ୍ତି। ଏଥିରେ ସେ ୨୦୩ନମ୍ବର ରାଙ୍କ ହାସଲ କରିଥିଲେ। ତେବେ ଯେଉଁମାନେ ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତି କରୁଛନ୍ତି ସେମାନେ ଧୈର୍ଯ୍ୟ ଧରନ୍ତୁ। ଏବଂ ସଫଳତା ନମିଳିବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖନ୍ତୁ ବୋଲି କହିଛନ୍ତି।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!