ନିଜ ଗୋଡକୁ ନିଜେ କାଟିଥିଲେ ମେଜର, ଅବିଶ୍ୱସନୀୟ କାମ କରି ଥିଲେ ଚର୍ଚ୍ଚାରେ

ଦେଶ ସୁରକ୍ଷାରେ ସୈନିକମାନଙ୍କ ବଳିଦାନ ଅତୁଳନୀୟ। ଇତିହାସର ପୃଷ୍ଠା ଓଲଟାଇଲେ,ଏମିତି ଅନେକ ଯୋଦ୍ଧା ମିଳିବେ ଯେଉଁମାନେ ଯେଉଁମାନଙ୍କ ବଳିଦାନ କେବଳ ପ୍ରେରଣାଦାୟୀ ନୁହେଁ, ବରଂ ଅବିଶ୍ୱସନୀୟ। ଏମିତି ଜଣେ ଯୋଦ୍ଧା ହେଉଛନ୍ତି ମେଜର୍ ଇଆନ୍ କାର୍ଡୋଜୋ। ୧୯୭୧ ମସିହା ପାକିସ୍ତାନ୍ ବିପକ୍ଷ ନେତୃତ୍ବ ନେଇଥିବା ମେଜର୍ ଇଆନ୍ କାର୍ଡୋଜୋ ନିଜ ‘ଖୁକ୍ରୀ’ରେ ନିଜ ଗୋଡ଼କୁ କାଟି ଶତ୍ରୁପକ୍ଷ ବିରୋଧରେ ଆଗକୁ ବଢ଼ିଥିଲେ।
ବାଂଲାଦେଶର ମୁକ୍ତି ପାଇଁ ଭାରତ-ପାକିସ୍ତାନ୍ ମଧ୍ୟରେ ହୋଇଥିବା ଏହି ଯୁଦ୍ଧ ୧୩ ଦିନ ଧରି ଚାଲିଥିଲା ଏବଂ ଶେଷରେ ଭାରତ ଏଥିରେ ବିଜୟ ହେବା ପରେ ବାଂଲାଦେଶ ଜନ୍ମ ନେଇଥିଲା। ଯୁଦ୍ଧବେଳେ ଶତ୍ରୁପକ୍ଷର ଏକ ଲ୍ୟାଣ୍ଡ୍ମାଇନ୍ରେ ଗୋଡ଼ ପଡ଼ିଯିବା ଯୋଗୁ ବିସ୍ଫୋରଣରେ ମେଜର୍ କାର୍ଡୋଜୋ ଗୁରୁତର ଆଘାତ ପାଇଥିଲେ। ପରେ ତାଙ୍କୁ ବାଟାଲିୟନ୍ ହେଡ୍କ୍ୱାର୍ଟର୍ସକୁ ନିଆଯାଇଥିଲେ ହେଁ ସେଠାରେ ତତ୍କ୍ଷଣାତ୍ ଚିକିତ୍ସା ମିଳି ନ ଥିଲା। ତେଣୁ ମେଜର୍ ନିଜ ‘ଖୁକ୍ରୀ’ରେ ହିଁ ତାଙ୍କ ଦୁର୍ଘଟଣାଗ୍ରସ୍ତ ଗୋଡ଼ଟିକୁ କାଟି ଶରୀରରୁ ଅଲଗା କରି ଦେଇଥିଲେ। ଏହାଦ୍ୱାରା ପୂରା ଶରୀରରେ ବିଷ ବ୍ୟାପି ଯିବାର ବିପଦ ଥିଲେ ମଧ୍ୟ ଦୁଃସାହସୀ କାର୍ଡୋଜୋ ଏଥିପ୍ରତି ଭ୍ରୁକ୍ଷେପ ସୁଦ୍ଧା କରି ନ ଥିଲେ।
ଢାକା ବର୍ଡର୍ରେ ଏହି ଯୁଦ୍ଧବେଳେ ନିଜ ଟ୍ରୁପ୍ ନେଇ ଶତ୍ରୁପକ୍ଷଙ୍କ ବିରୋଧରେ ଆଗେଇ ଚାଲିଥିବାବେଳେ ଭୁଲ୍ବଶତଃ ମେଜର୍ କାର୍ଡୋଜୋ ଲ୍ୟାଣ୍ଡ୍ମାଇନ୍ସ ବିଛା ଯାଇଥିବା ଅଞ୍ଚଳକୁ ଚାଲି ଆସିଥିଲେ। ଏକ ମାଇନ୍ସ୍ରେ ଗୋଡ଼ ପଡ଼ିଯିବା ପରେ ଏହା ବିସ୍ଫୋରଣ କରିଥିଲା ଏବଂ ମେଜର୍ କାର୍ଡୋଜା ଗୁରୁତର ଆହତ ହୋଇଥିଲେ। ତେବେ ସେଠାରୁ କିଛି ବାଂଲାଦେଶୀଙ୍କ ସହାୟତାରେ ତାଙ୍କୁ ବାଟାଲିୟନ୍ ହେଡ୍କ୍ୱାର୍ଟର୍ସ ନିଆ ଯାଇଥିଲେ ହେଁ ଆବଶ୍ୟକ ସରଞ୍ଜାମ ନ ଥିବାରୁ ସେଠାରେ ତତ୍କ୍ଷଣାତ୍ କୌଣସି ଚିକିତ୍ସା ସମ୍ଭବ ନ ଥିଲା। ବାଧ୍ୟ ହୋଇ ମେଜର୍ କାର୍ଡୋଜୋ ନିଜ ଖୁକ୍ରୀରେ ଆଘାତପ୍ରାପ୍ତ ଗୋଡ଼ ଟିକୁ କାଟି ଦେଇଥିଲେ। ଏହାଦ୍ୱାରା ମେଜର୍ଙ୍କ ସମ୍ପୂର୍ଣ୍ଣ ଶରୀରରେ ବିଷ ଖେଳି ଯିବାର ଆଶଙ୍କା ଥିଲେ ହେଁ ଦୁଃସାହସୀ କାର୍ଡୋଜୋ ଏଥିପ୍ରତି ଆଖି ବୁଜି ଦେଇଥିଲେ।
ପରେ ଭାରତୀୟ ସେନା ଦ୍ୱାରା ବନ୍ଦୀ ହୋଇ ସାରିଥିବା ଜଣେ ପାକିସ୍ତାନୀ ଡାକ୍ତରଙ୍କୁ ଘଟଣାସ୍ଥଳରେ ମେଜର୍ଙ୍କ ଗୋଡ଼ରେ ଅପରେସନ୍ ପାଇଁ ଅଣା ଯାଇଥିଲା। ତେବେ ଦେଶଭକ୍ତ କାର୍ଡୋଜୋ ଶତ୍ରୁପକ୍ଷର ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହୋବେ ନାହିଁ ବୋଲି ଜିଦ୍ ଧରିଥିଲେ। ପରେ ବହୁ ବୁଝାଶୁଝା ପରେ ଜିଦ୍ଖୋର୍ ମେଜର ଇଆନ୍ ଅପରେସନ୍ ପାଇଁ ରାଜି ହେଲେ ସତ, କିନ୍ତୁ ସର୍ତ୍ତ ରଖିଥିଲେ, ଅପରେସନ୍ ସମୟରେ ତାଙ୍କ ଦେହରେ ପାକିସ୍ତାନୀ ରକ୍ତ ଦିଆଯିବ ନାହିଁ।
ଅପରେସନ୍ ସଫଳ ପରେ ତାଙ୍କର ନକଲି ଗୋଡ଼ ଲଗାଯାଇଥିଲା। ତେବେ ଏହି ନକଲି ଗୋଡ ପାଇଁ ତାଙ୍କ ବେତନ ବୃଦ୍ଧି ବନ୍ଦ କରାଗଲା। ତଥାପି ସେ ନକଲି ଗୋଡ ସାହାଯ୍ୟରେ ସବୁକାର୍ଯ୍ୟ କରୁଥିଲେ। ନକଲି ଗୋଡ଼ ସାହାଯ୍ୟରେ ଦୌଡୁଥିଲେ ଏବଂ ସାଥୀମାନଙ୍କୁ ଦୌଡ଼ରେ ହରାଇ ମଧ୍ୟ ଦେଉଥିଲେ। ୬୦୦୦ ଫୁଟ୍ ଉଚ୍ଚ ସ୍ଥାନକୁ ମଧ୍ୟ ଚାଲି ଚାଲି ଯାଉଥିଲେ। ଏହାପରେ ତାଙ୍କ ଫିଟ୍ନେସ୍ର ପରୀକ୍ଷା ମଧ୍ୟ ନିଆ ଯାଇଥିଲା। ଜେନେରାଲ୍ ଟି.ଏନ୍ ରାଣା ନେଇଥିବା ଫିଟ୍ନେସ୍ ପରୀକ୍ଷା ପାଇଁ ମେଜର୍ କାର୍ଡୋଜୋଙ୍କୁ ଲଦାଖ୍ର ବରଫାବୃତ୍ତ ପାହାଡରେ ଚାଲିବାକୁ ମଧ୍ୟ ପଡ଼ିଥିଲା। ଏହିସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଶେଷରେ ତାଙ୍କ ବେତନ ବୃଦ୍ଧି ହୋଇଥିଲା ଏବଂ ଭାରତୀୟ ସେନାର ପ୍ରଥମ ‘ଯୁଦ୍ଧ ଭିନ୍ନକ୍ଷମ ଅଫିସର୍’ ଭାବେ ମେଜର୍ ଜେନେରାଲ୍ ପଦରେ ଅବସ୍ଥାପିତ ହୋଇଥିଲେ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!