ଓପିଟିସିଏଲ୍ କୁ ସିବିଆଇପି ପୁରସ୍କାର

ରାଜ୍ୟର ପ୍ରମୁଖ ସରକାରୀ ଉଦ୍ୟୋଗ ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ (ଓପିଟିସିଏଲ୍)ର କାର୍ଯ୍ୟଦକ୍ଷତାକୁ ଜାତୀୟ ସ୍ତରରେ ସ୍ବୀକୃତି ସାଙ୍ଗକୁ ସମ୍ମାନ ଦିଆଯାଇଛି। ଦେଶରେ ଶକ୍ତି କ୍ଷେତ୍ରରେ ସଫଳ ବିଦ୍ୟୁତ୍ ଶକ୍ତି ସଞ୍ଚାରଣ କମ୍ପାନୀ ଭାବେ ଓପିଟିସିଏଲ୍କୁ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।

ଏପରିକି ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ଜଳସେଚନ ଏବଂ ଶକ୍ତି ବୋର୍ଡ (ସିବିଆଇପି) ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ପ୍ରତିଷ୍ଠା ଉତ୍ସବ ଅବସରରେ ଓପିଟିସିଏଲ୍ ବର୍ଷ ୨୦୨୩ ପାଇଁ ସିବିଆଇପି ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍.କେ. ସିଂଙ୍କଠାରୁ ଓପିଟିସିଏଲ୍ର ଅଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ର ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି।

ସେହିଭଳି ପ୍ରକଳ୍ପଗୁଡିକର ସଫଳ ରୂପାୟନ ସାଙ୍ଗକୁ ସର୍ବାଧିକ ସରବରାହ ଉପଲବ୍ଧତା, ଅତି କମ୍ ସରବରାହ କ୍ଷତି ଏବଂ ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍ ବ୍ୟବସ୍ଥାର ସଫଳ ପୁନରୁଦ୍ଧାର ଏବଂ ଉତ୍କୃଷ୍ଟ ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥା ଭଳି କିଛି ମାନଦଣ୍ଡ ବିଚାରକୁ ନେଇ ଓପିଟିସିଏଲ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ଓପିଟିସିଏଲ୍ର ଅଧ୍ୟକ୍ଷ ମିଶ୍ର କହିଛନ୍ତି, ଓପିଟିସିଏଲ୍ର ସମସ୍ତ କର୍ମଚାରୀଙ୍କ ନିଷ୍ଠାପରତା ଏବଂ ରାଜ୍ୟ ସରକାରଙ୍କଠାରୁ ମିଳିଥିବା ପ୍ରଶାସନିକ ସହଯୋଗ ପାଇଁ ଏହା ସମ୍ଭବ ହୋଇପାରିଛି। ବିଶେଷକରି ଓପିଟିସିଏଲ୍ର ପରିବାର ଏକତା ପାଇଁ ନିଗମକୁ ଉକ୍ତ ସମ୍ମାନ ମିଳିପାରିଛି ବୋଲି ମିଶ୍ର ପ୍ରକାଶ କରିଛନ୍ତି।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!