୧୨୦ କୋଟି ବିନିଯୋଗ କରିବ ଜେଏସ୍ଏଲ୍

ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ପ୍ରକଳ୍ପ ଅଞ୍ଚଳରେ ଅଙ୍ଗାରକାମ୍ଳ ପଦଚିହ୍ନକୁ ହ୍ରାସ କରିବା ପାଇଁ ପ୍ରାୟ କମ୍ପାନୀ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍ ଯାଜପୁରଠାରେ ୨୧ ମେଗାୱାଟ୍ ଏବଂ ହରିୟାଣା ୟୁନିଟ୍ ହିସାରଠାରେ ୬ ମେଗାୱାଟ୍ କ୍ଷମତା ବିଶିଷ୍ଟ ଛାତ ସୋଲାର ପ୍ଲାଟ୍ ସ୍ଥାପନ କରିବାକୁ ଯୋଜନା କରାଯାଇଛି।

ବିଶେଷକରି ଉଭୟ ୟୁନିଟ୍ରେ କମ୍ପାନୀ ୧୨୦ କୋଟିରୁ ଅଧିକ ପୁଞ୍ଜିନିବେଶ ସହ ୨୭ ମେଗାଓ୍ବାଟର ସୋଲାର ପ୍ଲାଟ୍ ସ୍ଥାପନ ପାଇଁ ଆବଶ୍ୟକ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଉଭୟ ୟୁନିଟ୍ରେ ଥିବା ବିଭିନ୍ନ ଉତ୍ପାଦନ ୟୁନିଟ୍ର ଛାତଗୁଡି଼କ ଚିହ୍ନଟ କରାଯାଇଛି। ଏପରିକି ୨୦୨୪ ମାର୍ଚ୍ଚ ସୁଦ୍ଧା ଉଭୟ ପ୍ରକଳ୍ପ ଶେଷ ହେବାର ଆକଳନ କରାଯାଉଛି। ସେହିଭଳି ଉପରୋକ୍ତ ୨ ୟୁନିଟ୍ର ଛାତ ସୋଲାର ପ୍ଲାଟ୍ ପ୍ରାୟ ୭୯୫ ମିଲିୟନ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ସହ ଅଙ୍ଗାରକାମ୍ଳ ଅବରୋଧ ସମ୍ଭାବନା ୨୫ ବର୍ଷ ମଧ୍ୟରେ ୫,୬୪,୪୫୦ ଟନ୍ ହେବ।

ଏ ସମ୍ପର୍କରେ ଜେଏସ୍ଏଲ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଆମର ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଆମ ଭଳି ଏକ ଟ୍ରପିକାଲ୍ ଦେଶରେ ସୋଲାର ଛାତ ପ୍ଲାଟ୍ ବିଦ୍ୟୁତ୍ ଉତ୍ସର ଏକ ଉତ୍ତମ ବିକଳ୍ପ। ଗୁଣାତ୍ମକ ଉତ୍ପାଦନ ପାଇଁ ସମଗ୍ର ବିଶ୍ୱରେ ଜେଏସ୍ଏଲ୍ର ପରିଚିତି। ଆମର ଲକ୍ଷ୍ୟ ହେଉଛି ଏହା ସୁନିଶ୍ଚିତ କରିବା ଯେ ଆମର ଅଭିବୃଦ୍ଧି ସର୍ବୋତ୍ତମ ସ୍ଥାୟୀ ଅଭ୍ୟାସରୁ ଆସୁ, ଯାହାକି ସାମାଜିକ ଉନ୍ନତି, ଉତ୍ତମ ଶାସନ, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଡି଼ଜିଟାଲକରଣକୁ କେନ୍ଦ୍ର ରହିଥାଉ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!