୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଲା ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁ

୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଲା ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁ । ନିଜ ଦୋକାନର ସ୍ଥିତି ଦେଖି କୋହ ସମ୍ଭାଳି ପାରୁନାହାନ୍ତି ଲକ୍ଷ ଲକ୍ଷ ଟଙ୍କା ଖଟାଇ ବ୍ୟବସାୟ କରୁଥିବା ବ୍ୟବସାୟୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଜଳି ପୋଡ଼ି ଛାରଖାର ହୋଇଯାଇଛି ୪୩ ଦୋକାନ ଘର ସାଙ୍ଗକୁ ଫ୍ୟାସନ ସେଣ୍ଟର ଓ ହୋଟେଲ । ଏବେ ନିଆଁ ସବୁ ଉଜାଡି ଦେବା ପରେ କ’ଣ କରିବେ ସେନେଇ ସେ ଚିନ୍ତାରେ ଅଛନ୍ତି |

ଅପରେସନ୍ ଶେଷ ହେବା ପରେ ମିଶନ ସଫଳ ହୋଇଥିବା କହିଛନ୍ତି ଅଗ୍ନିଶମ କର୍ମଚାରୀ । ବୁଧବାର ରାତି ୮ଟାରେ ମାର୍କେଟ୍ କଂପ୍ଲେକ୍ସରେ ଲାଗିଥିଲା ନିଆଁ । ସର୍ଟ ସର୍କିଟ୍ ଯୋଗୁଁ ଲାଗିଥିବା ନିଆଁ ମାର୍କେଟ୍ କଂପ୍ଲେକ୍ସର ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋନାକୁ ବ୍ୟାପିଥିଲା । ଦୋକାନର ସଟର ପଡ଼ିଯାଇଥିବାରୁ ନିଆଁକୁ ଆୟତ କରିବାରେ ଅସୁବିଧା ହୋଇଥିଲା । ମାର୍କେଟ୍ କଂପ୍ଲେକ୍ସର ଜୋତା, ଡ୍ରେସ୍ ଆଦି ଅନେକ ଦୋକାନ ରହିଥିବାରୁ ନିଆଁ ବ୍ୟାପିଥିଲା । ଅଗ୍ନିଶମ କର୍ମଚାରୀ ମାର୍କେଟ୍ କମ୍ପେ୍ଲକ୍ସ ପଛପଟେ କାନ୍ଥ ଓ ସ୍କାଏଲାଇଟ୍ ଭାଙ୍ଗି ଧୂଆ ବାହାର କରିବାକୁ ଉଦ୍ୟମ କରିଥିଲେ ।

ଦୀର୍ଘ ସମୟ ପରେ ନିଆଁ ଆୟତକୁ ଆସିବା ପରେ ମାର୍କେଟ୍ କମ୍ପେ୍ଲକ୍ସର ଗେଷ୍ଟ ହାଉସ୍ରେ ରହୁଥିବା ପର୍ଯ୍ୟଟକ ସେମାନଙ୍କ ସାମଗ୍ରୀ ବାହାର କରିଥିଲେ । ଗତକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।

ତେବେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ଏଥିପାଇଁ ହୋଟେଲ, ଘର କିମ୍ବା ଦୋକାନ ଘର କଲେ ସେଥିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଭଲ ଭାବେ ରଖିବାକୁ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ପରାମର୍ଶ ଦେଇଛନ୍ତି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!