ନନ୍ଦନକାନନର ନୂଆ ଆକର୍ଷଣ ପାଲଟିଛି ଗ୍ଲାସ୍ ହାଉସ୍ ଲିଓପର୍ଡ ଏନକ୍ଲୋଜର୍

ନନ୍ଦନକାନନର ନୂଆ ଆକର୍ଷଣ ପାଲଟିଛି ଗ୍ଲାସ୍ ହାଉସ୍ ଲିଓପର୍ଡ ଏନକ୍ଲୋଜର୍। ଗ୍ଲାସ୍ ଆବରଣ ଭିତରେ ଏବେ ରହୁଛନ୍ତି ଦୁଇ କଲରାପତରିଆ ବାଘ। ଖୋଲା ଆକାଶ ତଳେ ପ୍ରାକୃତିକ ପରିବେଶକୁ ଅନୁକରଣ କରି ଏହି ଏନକ୍ଲୋଜର୍ କୁ ଡିଜାଇନ୍ କରାଯାଇଛି। ଗ୍ଲାସ୍ ସାମ୍ନାରୁ ନିରାପଦ ଦୂରତାରେ ରହି ପର୍ଯ୍ୟଟକମାନେ ଲିଓପର୍ଡଙ୍କ ଚଳପ୍ରଚଳ ଓ ସ୍ୱାଭାବିକ ଗତିବିଧିକୁ ଅତି ନିକଟରୁ ଦେଖିବାର ସୁଯୋଗ ପାଉଛନ୍ତି। ଲିଓପର୍ଡଙ୍କୁ ଦେଖିବା ପାଇଁ ନନ୍ଦନକାନନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ ।

ପର୍ଯ୍ୟଟକଙ୍କ ସୁରକ୍ଷା ସହ ଲିଓପର୍ଡଙ୍କ ସ୍ୱାଭାବିକ ପରିବେଶ ଓ ଆରାମକୁ ମଧ୍ୟ ଦିଆଯାଇଛି ଗୁରୁତ୍ୱ। ଖୋଲା ସ୍ଥାନରେ ଲିଓପର୍ଡଙ୍କ ସ୍ୱାଭାବିକ ଆଚରଣକୁ ଦେଖିବାର ଏହି ଅନୁଭୂତି ପର୍ଯ୍ୟଟକଙ୍କୁ କରୁଛି ଆକର୍ଷିତ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବର୍ତ୍ତମାନ ଦୁଇଟି ଲିଓପର୍ଡ ରହିଥିବା ସୂଚନା ଦେଇଛନ୍ତି ଉପନିର୍ଦ୍ଦେଶକ ପ୍ରଦୀପ୍ତ ମୀରାସେ। ଲିଓପର୍ଡ ଦେଖିବାର ଏହି ନୂଆ ବ୍ୟବସ୍ଥା ଏବେ ବନ୍ୟଜନ୍ତୁପ୍ରେମୀଙ୍କ ପାଇଁ ପାଲଟିଛି ଅନ୍ୟତମ ଆକର୍ଷଣ।

ନନ୍ଦନକାନନରେ ଗ୍ଲାସ୍ ହାଉସ୍ ଲିଓପର୍ଡ ଏନକ୍ଲୋଜର୍ କ୍ରେଜ୍
କଲରାପତରିଆ ବାଘକୁ ନିକଟରୁ ଦେଖୁଛନ୍ତି ପର୍ଯ୍ୟଟକ
ଦୁଇ କଲରାପତରିଆଙ୍କୁ ପାଖରୁ ଦେଖିବାକୁ ଭିଡ଼
ଅତି ନିକଟରୁ ଦେଖି ହେଉଛି ବାଘଙ୍କ ଚଳପ୍ରଚଳ ଓ ଗତିବିଧି
ଖୋଲା ଆକାଶ ତଳେ ବାଘ, ଗ୍ଲାସ୍ ହାଉସରେ ନୂଆ ଅନୁଭୂତି
ବନ୍ୟଜନ୍ତୁପ୍ରେମୀଙ୍କ ପାଇଁ ପାଲଟିଛି ଅନ୍ୟତମ ଆକର୍ଷଣ ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!