ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ଅଗଷ୍ଟ ୬ ତାରିଖରେ ସେ ରୁଷିଆ ଓ ୟୁରୋପର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରସ୍ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି। ଏହି ସାକ୍ଷାତକାର ସମୟରେ ସଂସଦୀୟ ବ୍ୟାପାର ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମର ସାହସିକ କାର୍ଯ୍ୟ ଆମ ଯୁବ ସମାଜ ପାଇଁ ଏକ ବଡ ପ୍ରେରଣା। ସଫଳତାର ସହ ୟୁରୋପ ଓ ରୁଷିଆର ଉଚ୍ଚତ୍ତମ ଶୃଙ୍ଗ ଆରୋହଣ କରି ତୁମେ ନିଜ ପାଇଁ ଓ ସାରା ରାଜ୍ୟ ପାଇଁ ନିଶ୍ଚୟ ସୁନାମ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ବିଭାରାଣୀ ତାଳଚେର ନିକଟସ୍ଥ ମେରାମୁଣ୍ଡଳୀର ଜଣେ ପର୍ବତାରୋହୀ। ସେ ୨୦୧୯ରେ ଲେହ୍‌ ଲାଦାଖ୍‌ର ମାଉଣ୍ଟ ଷ୍ଟକ୍ କଙ୍ଗ୍ରି ଓ ୨୦୨୩ରେ ଆଫ୍ରିକାର ମାଉଣ୍ଟ କିଲ୍‌ମାନ୍‌ଜାରୋ ଆରୋହଣ କରିଛନ୍ତି। ଏହା ସହିତ ୨୦୧୯ରେ ସେ ଆବୁଧାବୀ ଅନ୍ତର୍ଜାତୀୟ ୟୁଥ ଲିଡର ଭାବେ ମଧ୍ୟ ସମ୍ମାନିତ ହୋଇଛନ୍ତି। ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!