କପିଲଙ୍କ ସହ ଓଡ଼ିଆ ପୁଅଙ୍କ କମାଲ,ସମ୍ବର୍ଦ୍ଧିତ କଲା ଓଡ଼ିଶା ଫିଲ୍ମ ଫେଷ୍ଟିଭାଲ୍‌ ଆଣ୍ଡ ଆୱାର୍ଡସ୍‌

ବଲିଉଡ୍‌ରେ ଓଡ଼ିଆ ପୁଅ ପ୍ରଜ୍ଜ୍ବଳ ସାହୁ ।କଟକ ସହରରେ ଜନ୍ମିତ ପ୍ରଜ୍ଜ୍ବଳ ବିଶିଷ୍ଟ ଶିଳ୍ପପତି ତଥା ରୁଚି ଫୁଡ୍‌ଲାଇନ୍‌ର ପରିଚାଳନା ନିର୍ଦ୍ଦେଶକ ଶରତ ସାହୁଙ୍କ ନାତି ତଥା ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ଓ ସଲିନା ସାହୁଙ୍କ ସୁପୁତ୍ର।

ପ୍ରଜ୍ଜ୍ବଳ ନିଜର ଅଭିନୟ ଯାତ୍ରା ବଲିଉଡ୍‌ର କମେଡି-କିଙ୍ଗ୍ କପିଲ୍ ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଜ୍ୱିଗାଟୋ’ରୁ ଆରମ୍ଭ କରିଛନ୍ତି। ମୁକ୍ତିଲାଭ କରିଥିବା ବଲିଉଡ୍‌ ଚଳଚ୍ଚିତ୍ର ‘ଜ୍ବିଗାଟୋ’ରେ ଅଭିନୟ କରିଥିବା ଓଡ଼ିଆ ପୁଅ ପ୍ରଜ୍ଜ୍ବଳ ସାହୁଙ୍କୁ ସମ୍ବର୍ଦ୍ଧିତ କରିଛି ଓଡ଼ିଶା ଫିଲ୍ମ ଫେଷ୍ଟିଭାଲ୍‌ ଆଣ୍ଡ ଆୱାର୍ଡସ୍‌ (ଓଫା)।

ହୋଟେଲ ସ୍ୟାଣ୍ଡି ଟାୱାର୍‌ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଜ୍ଜ୍ବଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓଫାର ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଫାର ସଭାପତି ବାପୁ ଲେଙ୍କା, ଓଡ଼ିଶା ଚଳଚ୍ଚିତ୍ର କଳାକାର ସଂଘର ସାଧାରଣ ସଂପାଦକ ଶ୍ରୀତମ୍ ଦାସ ଓ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ (ଟୁଟୁ) ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଏହି ପ୍ରତିଭାବାନ୍ ଶିଶୁ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


ଆଜିର କାର୍ଯ୍ୟକ୍ରମରେ ଜେଜେ ମା’ ସଙ୍ଗୀତା ସାହୁ ଓ ପିଉସୀ ରଶ୍ମି ସାହୁ ଉପସ୍ଥିତ ଥିଲେ।ଫିଲ୍ମରେ କମେଡି କଳାକାର କପିଲଙ୍କ ସହ ଜ୍ୱିଗାଟୋରେ ସ୍କ୍ରିନ ସେୟାର କରିଛନ୍ତି ବିଭିନ୍ନ ମଞ୍ଚ କଳାକାର ତଥା ଓଡ଼ିଆର ସିନେ କଳାକାର । ଏହି କଳାକାରମାନଙ୍କୁ ନେଇ ତିଆରି ହୋଇଛି ଫିଲ୍ମ ।

ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଏହି ଫିଲ୍ମଟି ସୁଟିଂ ହୋଇଛି । ଚଳଚ୍ଚିତ୍ର ଜରିଆରେ ସାମାଜିକ, ପାରିବାରିକ କଥାବସ୍ତୁ ଦେଖାଇବାକୁ ଚେଷ୍ଟା କରାଯାଇଛି । ଫିଲ୍ମରେ ମଞ୍ଚ କଳାକାର ଅଭିଷେକ ଗିରି ଅଭିନୟ କରିଛନ୍ତି ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!