ପେଟ ଓ ଯକୃତ ରୋଗ ବିଶେଷଜ୍ଞ ସମ୍ବର୍ଦ୍ଧିତ

ଭୁବନେଶ୍ବର: ବିଶି​ଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡା. ଆଶୁତୋଷ ମହାପାତ୍ରଙ୍କୁ କଲକାତାଠାରେ ଇକୋନୋମିକ୍ସ ଟାଇମ୍ସ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। କଲକାତାରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇ କମିସନର ମି. ପିଟର କୁକ୍‌ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।

ପେଟ ଓ ଯକୃତ ରୋଗ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଡା. ମହାପାତ୍ର ସହିଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଲୋଜି ଆଣ୍ଡ ଲିଭର ସାଇନ୍‌ସର ପ୍ରତିଷ୍ଠାତା।

ସେଠାରେ ଜୁମ୍ କଲୋନୋସ୍କୋପ୍‌, ଏଣ୍ଡୋସାଇଟୋସ୍କୋପ୍‌ ପ୍ରଭୃତି ଅତ୍ୟାଧୁନିକ ଉପକରଣ ଉପଲବ୍ଧ ଥିବାବେଳେ ଜଟିଳ ପେଟ ରୋଗ ଚିକିତ୍ସାରେ ତାଙ୍କର ଅଭିଜ୍ଞତା ରହିଛି। ଜାପାନସ୍ଥିତ ଟୋକିଓରୁ ସେ ପ୍ରଶିକ୍ଷଣପ୍ରାପ୍ତ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!