ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଭାବେ ଟି ପ୍ରସାଦ ରାଓ ଦୋରା ବିଜୟୀ

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଭାବେ ଟି ପ୍ରସାଦ ରାଓ ଦୋରା ବିଜୟୀ ହୋଇଛନ୍ତି । ଦୀର୍ଘ ୨୫ ବର୍ଷରୁ ଅଧିକ କାଳ ସମବାୟ କ୍ଷେତ୍ରରେ ରହିଥିବା ଶ୍ରୀ ଦୋରା ସମବାୟର ପ୍ୟାକିଙ୍ଗ,ଫିସରି,ହାଉସିଂ ଓ ଟ୍ରେନିଂ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଶ୍ରୀ ଦୋରା ପ୍ରଥମ ଓଡ଼ିଆ ଭାବେ ଇଣ୍ଟରନ୍ୟାସନାଲ ଫିସରିଜ୍ କୋଅପରେଟିଭ୍ ଫେଡ଼େରେସନ୍ ର ଉପାଦକ୍ଷ ହୋଇଥିଲେ ।

କେବଳ ଏତିକି ନୁହେଁ ପ୍ରଥମ ଓଡ଼ିଆ ଭାବେ ଫିସକୋଫେଡ଼ର ସଭାପତି ଥିଲେ । ଏହା ବ୍ୟତିତ କ୍ୟାସନ୍ୟାଲ କୋଅପରେଟିଭ୍ ୟୁନିୟନ୍ ଅଫ୍ ଇଣ୍ଟିଆର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ତେବେ ଟି ପ୍ରସାଦ ରାଓ ଦୋରାଙ୍କ ଛଡ଼ା ମାର୍କଫେଡ୍ରେ କବିତା ମଞ୍ଜରୀ ପରିଡ଼ା, ଓଡ଼ିଶା ରାଜ୍ୟ ସମବାୟ ଗୃହନିର୍ମାଣ ନିଗମରେ ବିଶ୍ବରଂଜନ ମହାନ୍ତି, ଓଡ଼ିଶା ଖାଉଟି ସମବାୟ ଫେଡେରେସନରେ ପ୍ରତାପ ଚନ୍ଦ୍ର ଧଳ, ଓଡ଼ିଶା ଫେଡେରେସନ୍ ଅଫ୍ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍ସ ଆଣ୍ଡ କ୍ରେଡିଟ କୋଅପରେଟିଭ୍ ସୋସାଇଟିଜ୍ରେ ମହେନ୍ଦ୍ର କୁମାର ନାୟକ, ବୟନିକାରେ ପ୍ରକାଶ ଚନ୍ଦ୍ର ମେହେର, ସେରିଫେଡ୍ରେ ଭାଗିରଥୀ ନନ୍ଦ, ଉତ୍କଳିକାରେ ଦେବସ୍ମିତା ସାହୁ, ଫିସ୍ଫେଡ୍ରେ ସସ୍ମିତା ରାଉତ,

ଓପୋଲଫେଡ୍ରେ ଭୋଳେଶ୍ବର ସ୍ବାଇଁ, ଓମଫେଡ୍ରେ କିଶୋର ଚନ୍ଦ୍ର ପ୍ରଧାନି, କତା ନିଗମରେ ଗୋପୀନାଥ ମିଶ୍ର, ଟିଡିସିସିରେ ଚମେଲି ଓରାମ, ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଆର୍ଥିକ ସମବାୟ ନିଗମରେ ଆଶିଷ କୁମାର ମହାନ୍ତି, ଓଡ଼ିଶା ମହିଳା ବିକାଶ ସମବାୟ ନିଗମରେ ସ୍ବାଧୀନବାଳା ଦାସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!