ଓଡ଼ିଶା ଗୃହ ବିଭାଗର ଶ୍ୱେତପତ୍ର, ରାଜ୍ୟରେ ଅପରାଧ ହାର 14.65%  ବୃଦ୍ଧି

ଗୃହ ବିଭାଗ ଦ୍ୱାରା ଏକ ଶ୍ୱେତପତ୍ର ଜାରି କରାଯାଇଛି। ଦର୍ଶାଯାଇଛି ଯେ ୨୦୨୧ ରେଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟାଲକ୍ଷ ୭୮ ହଜାର ୧୯୦ କୁ ବୃଦ୍ଧି ପାଇଛି। ୨୦୨୧ ତୁଳନାରେ ୨୦୨୨ ମସିହାରେ ୨୭୨୭୦ ଅଧିକ ଅପରାଧ ଘଟିଛି।

ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧ ଲକ୍ଷ ୭୮ହଜାର ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪ ହଜାର ୮୯୩ଟି ଚୋରି, ୩ ହଜାର ୧୮୪ଟି ଦୁଷ୍କର୍ମ ମାମଲା ସାମିଲ ଅଛି ।

ତେବେ ୨୦୨୨ରେ ରୁଜୁ ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧ ଲକ୍ଷ ୬୯ ହଜାର ୭୩୫ଟି ମାମଲା ସତ । ସେଥିରୁ ବର୍ଷ ଶେଷସୁଦ୍ଧା ମୋଟ ୧ ଲକ୍ଷ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ଅର୍ଥାତ୍ ୫୧ ହଜାର ୧୮୮ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୁଲିସ ବିଫଳ ହୋଇଛି ।

ସେହିପରି ୨୦୨୨ରେ ମୋଟ ୧୩୭୯ଟି ହତ୍ୟା ଘଟଣାରୁ ୧ ହଜାର ୩୦୧ଟି ସତ ଓ ସେଥିରୁ ୬୪୦ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧ ହଜାର ୩୬୫ଟି ସତ୍ୟ ଓ ସେଥିରୁ ୨ହଜାର ୨୩୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି ।

୨୦୨୨ ମସିହାରେ ପୁଲିସ ତରଫରୁ ୧୪ ଥର ଗୁଳି ଚାଳନା କରାଯାଇଛି । ତେବେ ୨୦୨୧ ତୁଳନାରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ହତ୍ୟା ଓ ଧର୍ଷଣ ମାମଲା ହ୍ରାସ ପାଇଥିବା ଦର୍ଶାଯାଇଛି ଶ୍ୱେତପତ୍ର ।

ମୋଟ ୧ ଲକ୍ଷ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି । ଆଉ ୫୧ ହଜାର ୧୮୮ଟି ମାମଲାରେ ପୁଲିସ ଚାର୍ଜସିଟ ଦାଖଲ କରିପାରିନାହିଁ । ସେହିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିବା ଶ୍ୱେତପତ୍ରରେ କୁହାଯାଇଛି ।

Post Views45 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!