ଜେଏସ୍ପିକୁ ପ୍ରଥମ ସ୍ବତନ୍ତ୍ର ବିଆଇଏସ୍ ଲାଇସେନ୍ସ

ଜେଏସ୍ପିକୁ ନିକଟରେ ସ୍ବତନ୍ତ୍ର ବିଆଇଏସ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ବାଣିଜ୍ୟ ଭବନଠାରେ ଆୟୋଜିତ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଅବସରରେ ବିଏସ୍ ସାର୍ଟିଫିକେଟ୍ ପାଇଁ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଉକ୍ତ ଲାଇସେନ୍ସ ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇଥିଲା।

ବିଶେଷକରି କମ୍ପାନୀର ଛତିଶଗଡ଼ ରାଇଗଡସ୍ଥିତ ରେଳ ମିଲ୍ ଏବଂ ସ୍ପେଶାଲ ପ୍ରୋଫାଇଲ୍ ମିଲ୍ରେ ଭାରତର ପ୍ରଥମ ଅଗ୍ନି ପ୍ରତିରୋଧକ ଷ୍ଟିଲ୍ ନିର୍ମାଣ ପାଇଁ ଉକ୍ତ ପ୍ରମାଣପତ୍ର ଦିଆଯାଇଛି। ଏପରିକି ବିଆଇଏସ୍ ୧୫୧୦୩ ଗ୍ରେଡ ଅନୁଯାୟୀ ନିର୍ମିତ ହଟ୍ ରୋଲ୍ ଷ୍ଟ୍ରକଚରାଲ୍ ଷ୍ଟିଲ୍ ଉଚ୍ଚ ତାପମାତ୍ରା କିମ୍ବା ଅଗ୍ନିପ୍ରବଣ ଅଞ୍ଚଳ ପାଇଁ ବ୍ୟବହୃତ ହୋଇପାରିବ।

ଫଳରେ ଏହା ସର୍ବାଧିକ ୩ ଘଣ୍ଟା ପର୍ଯ୍ୟନ୍ତ ୬୦୦ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରାକୁ ସହ୍ୟ କରିପାରିବ। ସେହିଭଳି ଇସ୍ପାତ ଷ୍ଟ୍ରକ୍ଚର ଡିଜାଇନରେ ଅଗ୍ନି ସୁରକ୍ଷା ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ଅଗ୍ନି ପ୍ରତିରୋଧକ ଇସ୍ପାତର ଉପଲବ୍ଧତା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଯଥା ରିଫାଇନାରୀ, ବ୍ରିଜ୍, ମେଟ୍ରୋ ପ୍ରୋଜେକ୍ଟ, ଇଣ୍ଡଷ୍ଟ୍ରିଆଲ୍ ଷ୍ଟ୍ରକଚର ଏବଂ ଷ୍ଟିଲ୍ ଆଣ୍ଡ ପାୱାର ପ୍ଲାଣ୍ଟ ତଥା ଡାକ୍ତରଖାନା, ବାଣିଜି୍ୟକ ଏବଂ ଆବାସିକ ଅଟ୍ଟାଳିକାର ଡିଜାଇନ ତଥା ନିର୍ମାଣରେ ସହାୟକ ହେବ। ଏ ସମ୍ପର୍କରେ ଜେଏସପିର ଏମଡି ବିମଳେନ୍ଦ୍ର ଝା କହିଛନ୍ତି, ଅଗ୍ନି ପ୍ରତିରୋଧକ ଷ୍ଟିଲ ଉତ୍ପାଦନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଦିଆଯାଇଥିବା ଲାଇସେନ୍ସ ଭାରତର ଭିତ୍ତିଭୂମି ତଥା ଏହାର ସୁରକ୍ଷା ମାନକୁ ଦୃଢ଼ କରିବାରେ ସହାୟକ ହେବ।

Post Views55 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!