ଡିସିପି ପ୍ରତୀକ ସିଂ ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମାଙ୍କ ଅଭିଯୋଗ ଉପରେ ତଦନ୍ତ ଚାଲିଛି। ମା କରିଥିବା ଅଭିଯୋଗକୁ ଆମେ ଗୁରୁତ୍ୱ ସହ ନେଇଛୁ।
ଯେତେ ଲୋକ ଏହି ଘଟଣାରେ ସଂଶ୍ଳିଷ୍ଟ ଅଛନ୍ତି, ସମସ୍ତଙ୍କୁ ନେଇ ତଦନ୍ତ କରୁଛୁ। ସମସ୍ତଙ୍କୁ ପ୍ରଶ୍ନ କରାଯାଉଛି। ଟେକ୍ନିକାଲ ଟିମ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସେମାନେ ନିଷ୍ଠାର ସହ ତଦନ୍ତ କରୁଛନ୍ତି। ଇ ମେଲ,ଭଏସ୍ ରେକର୍ଡ଼ିଂଗ, ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ଥିବାରୁ ଟେକ୍ନିକାଲ ଟିମ ଏଦିଗରେ ସବୁ ପ୍ରକାର ତଦନ୍ତ କରୁଛନ୍ତି।
ଗତ ଶନିବାର ଦିନ ଖାରବେଳ ନଗର ଘରୁ ଝୁଲନ୍ତା ଅବସ୍ଥାରେ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଶେଷଥର ପାଇଁ ସେ ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ।
ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବା ପରେ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ କୁମାରଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

